ତୁମ ବିନା
ତୁମ ବିନା


ସେଇ ଫୁଲ ଅଛି
ସେଇ ବଗିଚା ଅଛି
ହେଲେ ତୁମେ ନାହଁ ।
ସେଇ ଜହ୍ନ ଅଛି
ସେଇ ତାରା ଅଛି
ହେଲେ ତୁମେ ନାହଁ
ସେଇ ସାଗର ଅଛି
ସେଇ ଶାମୁକା ଅଛି
ହେଲେ ତୁମେ ନାହଁ ।
ସେଇ ବସନ୍ତ ଫେରିଛି
ମଳୟର ପବନରେ
ଅଛି ସେ କୋଇଲିର ସ୍ବର
ଅଛି ସେଇ ମଧୁବନ
ହେଲେ ତୁମେ ନାହଁ ।
ଅଛି ସେହି ମୋ ଗାଁ ପାହାଡ
ଅଛି ସେ ଝରଣା
ଶୁଭେ ସେହି କଳ କଳ ନାଦ
ହେଲେ ତୁମେ ନାହଁ ।
ଅଛି ସେହି ଆମ୍ବତୋଟା
ଅଛି ସେହି ବରଗଛ
ଅଛି ଆମର ସେହି ମନ
ଅଛି ସେହି ଭାବନା
ଖିଲି ତୁମେ ନାହଁ ।