STORYMIRROR

Brundabana Pradhan

Romance

3  

Brundabana Pradhan

Romance

ଶୀତ ତୁ ଯା ନାଁ ଛାଡି

ଶୀତ ତୁ ଯା ନାଁ ଛାଡି

1 min
1.4K

ଆଉ ସେ ଉଷୁମ କନ୍ଥା

ପାରିବିନି ଘୋଡେଇ 

ପ୍ରିୟାକୁ ମୋହର ପାରିବିନି ଭିଡି 

ଶୀତ ତୁ ଯା ନାଁ ମୋତେ ଛାଡି। 


କଅଁଳ କାକର ଟୋପା 

ଶୁଭ ସକାଳର କୁହୁଡି 

ସବୁତକ ଯାଉଛି ଉଡିଉଡି 

ଶୀତ ତୁ ଯା ନାଁ ମୋତେ ଛାଡି। 


 ସଞ୍ଜ ସକାଳେ ସାଙ୍ଗ ମେଳରେ

ପାରିବିନି ନିଆଁ ପୋଇଁ

ପୋଖରୀ ହୁଡାରେ ଲାଗିବନି ଧାଡି 

ଶୀତ ତୁ ମୋତେ ଯା ନାଁ ଛାଡି। 


ତୋ ପାଇଁ ଅଗାଧୁଆ 

କେତେଥର ଯାଏଁ ପାଠ ପଢି 

ସାଙ୍ଗ ସାଥି ନେଉଥିଲେ ମତେ ଭିଡି 

ଶୀତ ତୁ ମୋତେ ଯା ନାଁ ଛାଡି। 


ପାଣି ଟୋପାଏ ଦେହେ ଗଲେ ପଡି

ରାଗରେ ଗରଗର ଛାଡେ ରଡି 

ତଥାପି ଶୀତ ତୁ ଭଲ ଯା ନା ଛାଡି

ଶୀତ ତୁ ମୋତେ ଯା ନାଁ ଛାଡି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance