ପ୍ରେମରେ ପ୍ରେମରେ -୧
ପ୍ରେମରେ ପ୍ରେମରେ -୧


ଆଖି ଖୋଲା ଥାଉ କି ଅବା ନଥାଉ
ତୁମକୁ ନିଇତି ଦେଖେ
ତୁମେ ଅଛ ବୋଲି ନିଶ୍ୱାସ ଚାଲୁଛି
ଜୀବନର ସ୍ୱାଦ ଚାଖେ
ସକାଳୁ ସଞ୍ଜ ରାତିସାରା ବେଳ
ତୁମ ଭାବନାରେ ଥାଏ
ଯୁଆଡେ ଚାହିଲେ ତୁମେ ଦିଶିଯାଅ
ପ୍ରେମରେ ଏମିତି ହୁଏ
ବୋଧେ ପ୍ରେମରେ ପ୍ରେମରେ
ବୁଡ଼ି ବାର ମଜା ଇଏ ।
ଆଖିତ ଖୋଜଇ ତୁମ କୁ ଦେଖିବ
ଓଠ ଖୋଜେ ତୁମ ଛୁଆଁ
ଦେହର ଦେହଳୀ ଚାହୁଁ ଥାଏ ସଦା
ଥର ଥର ହୁଏ ହିଆ
ଲାଜ ର ଓଢ଼ଣୀ ଦେଖାଇ ହୁଏନା
ଖସି ଖସି ଯାଉଥାଏ
ସବୁ ସୁଖଭାବ ତୁମକୁ ତ ନେଇ
ପ୍ରେମର ଆରମ୍ଭ ହୁଏ ।
ପାଖରେ ଥାଅ କି ଦୁରେ ଥାଅ ସଦା
ସମୟ ମଠେଇ ଯାଏ
ପ୍ରେମରେ ପ୍ରେମରେ ଏମିତି ବୋଧେ ହୁଏ
ଦେଖେନି ବେଳ କି ଅବେଳ ସବୁଠି
ତୁମ ଛୁଆଁ ମନ ଚାହେଁ ।
କହୁଥାଏ କିଛି ବୁଝୁଥାଏ କିଛି
ମିଠା ଜହର ଆଦତ ଇଏ ।
ପ୍ରେମରେ ପ୍ରେମରେ ସବୁତ
ଗୋଲାପୀ ରଙ୍ଗ
ବଦଳିବିଯାଏ ଜୀବନ ଜିଇବା ଢ଼ଙ୍ଗ
ପ୍ରେମରେ ପ୍ରେମରେ ପ୍ରେମ ଦେଇ ପ୍ରେମ ନିଏ
ଯହିଁ ଆତ୍ମା ସହ ଆତ୍ମା ମିଶିଗଲା ପରେ
ନୂଆ ଆଶାର ଆରମ୍ଭ ହୁଏ ।