STORYMIRROR

Puspanjali Panda

Romance

3  

Puspanjali Panda

Romance

ପ୍ରେମରେ ପ୍ରେମରେ -୧

ପ୍ରେମରେ ପ୍ରେମରେ -୧

1 min
824

ଆଖି ଖୋଲା ଥାଉ କି ଅବା ନଥାଉ

ତୁମକୁ ନିଇତି ଦେଖେ 

ତୁମେ ଅଛ ବୋଲି ନିଶ୍ୱାସ ଚାଲୁଛି

ଜୀବନର ସ୍ୱାଦ ଚାଖେ

ସକାଳୁ ସଞ୍ଜ ରାତିସାରା ବେଳ

ତୁମ ଭାବନାରେ ଥାଏ

ଯୁଆଡେ ଚାହିଲେ ତୁମେ ଦିଶିଯାଅ

ପ୍ରେମରେ ଏମିତି ହୁଏ

ବୋଧେ ପ୍ରେମରେ ପ୍ରେମରେ 

ବୁଡ଼ି ବାର ମଜା ଇଏ ।

ଆଖିତ ଖୋଜଇ ତୁମ କୁ ଦେଖିବ

ଓଠ ଖୋଜେ ତୁମ ଛୁଆଁ

ଦେହର ଦେହଳୀ ଚାହୁଁ ଥାଏ ସଦା

ଥର ଥର ହୁଏ ହିଆ

ଲାଜ ର ଓଢ଼ଣୀ ଦେଖାଇ ହୁଏନା

ଖସି ଖସି ଯାଉଥାଏ

ସବୁ ସୁଖଭାବ ତୁମକୁ ତ ନେଇ

ପ୍ରେମର ଆରମ୍ଭ ହୁଏ ।

ପାଖରେ ଥାଅ କି ଦୁରେ ଥାଅ ସଦା

ସମୟ ମଠେଇ ଯାଏ

ପ୍ରେମରେ ପ୍ରେମରେ ଏମିତି ବୋଧେ ହୁଏ

ଦେଖେନି ବେଳ କି ଅବେଳ ସବୁଠି

ତୁମ ଛୁଆଁ ମନ ଚାହେଁ ।

କହୁଥାଏ କିଛି ବୁଝୁଥାଏ କିଛି

ମିଠା ଜହର ଆଦତ ଇଏ ।

ପ୍ରେମରେ ପ୍ରେମରେ ସବୁତ 

ଗୋଲାପୀ ରଙ୍ଗ

ବଦଳିବିଯାଏ ଜୀବନ ଜିଇବା ଢ଼ଙ୍ଗ

ପ୍ରେମରେ ପ୍ରେମରେ ପ୍ରେମ ଦେଇ ପ୍ରେମ ନିଏ

ଯହିଁ ଆତ୍ମା ସହ ଆତ୍ମା ମିଶିଗଲା ପରେ

ନୂଆ ଆଶାର ଆରମ୍ଭ ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance