ପ୍ରେମ
ପ୍ରେମ
ଅଢ଼େଇ ଅକ୍ଷର ଶବ୍ଦର ସାରାଂଶ
କିଏ ଅବା ଏଠି ପାରିଛି ଜାଣି
ବିତି ଯାଏ ଦିନ ସରି ଯାଏ ରାତି
ଅସମାପ୍ତ ରହେ ପ୍ରେମ କାହାଣୀ !
ଜୀବନ ଯୌବନ ଯନ୍ତ୍ରଣା ମରଣ
ତା' ସହ ମିଶେ କିଛି ହର୍ଷୋଲ୍ଲାସ
କାହା ଲାଗି ସାଜେ ସୁଖର ସଂସାର
କାହା ଗଳାରେ ହୁଏ ନାଗ ଫାଶ !
କେବେ ପରିବାର କେବେ ସହଚର
କେବେ ଅଜଣା ଲୋକର ବନ୍ଧନ
ଅନେକ ରୂପରେ ପ୍ରେମ ମିଳେ ଏଠି
କିନ୍ତୁ ସରେନି ପ୍ରେମର ସନ୍ଧାନ I
ପ୍ରେମ ଖୋଜି ଦିନେ ନର ହୁଏ କ୍ଳାନ୍ତ
ସେ ଯଦି ବୁଝେନି ଈଶ୍ଵର ପ୍ରେମ
କଲେ ସମର୍ପଣ ଈଶ୍ଵରଙ୍କୁ ମନ
ପାଏ ସେ ମୁକ୍ତି ସରେ ତା'ର ଭ୍ରମ I
