Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Das

Romance

4  

Ramakanta Das

Romance

ପ୍ରେମ

ପ୍ରେମ

1 min
355


ପ୍ରେମ ଏମିତି ଏକ ଶବ୍ଦ

ନାହିଁ ଯାହାର ପ୍ରତିଶବ୍ଦ

ପ୍ରେମକୁ ବୁଝେଇବା ଓ

ବୁଝିଵା ବହୁତ କଷ୍ଟ

କିଏ ଏହାକୁ କୁହନ୍ତି ଗୋଟିଏ ଶବ୍ଦ

କିଏ କୁହନ୍ତି ଦୁଇଟି ଅକ୍ଷର

କିଏ କୁହନ୍ତି ଅଢେଇ ଅକ୍ଷର

ଏ ଛୋଟିଆ ଶବ୍ଦଟିର ମହତ୍ତ୍ୱ

ଏତେ ବେଶି ଯେ ତାହ

କଳନା କରିହେବ ନାହିଁ |

ଏହାର ସୃଷ୍ଟି କେଉଁଠି

ଏହାର ଅନ୍ତ କେଉଁଠି

କେହି କହିପାରିବେ ନାହିଁ

ସୃଷ୍ଟିର ଆରମ୍ଭରୁ ପ୍ରେମ ରହିଛି ଏବଂ ରହିଥିବ

ପ୍ରେମ ସବୁବେଳ ପାଇଁ ଶ୍ୱାସତ ଓ ସ୍ବର୍ଗୀୟ |

କେତେବେଳେ ସେ ଫୁଲ ତ

କେତେବେଳେ ସେ କଣ୍ଟା

କେତେବେଳେ ସେ ରଗାଏ ପୁଣି

କେତେବେଳେ ସେ ହସାଏ

ତା ନାଁ ପ୍ରେମ

ଯିଏ ମନକୁ ଛଟପଟ କରେ

ପୁଣି ଦେଇଯାଏ ଖୁସିର ମିଠାଛୁଆଁ

ପ୍ରେମ ଏମିତି ଏକ ଶବ୍ଦ

ଯାହାକୁ ବର୍ଣ୍ଣନା କରିବାରେ

କାଗଜ ଓ କଲମ ସାଧ୍ୟ ନୁହେଁ |


Rate this content
Log in

Similar oriya poem from Romance