ପ୍ରେମ ଶବଦରୁ ଝରେ ପ୍ରୀତିର ମହକ
ପ୍ରେମ ଶବଦରୁ ଝରେ ପ୍ରୀତିର ମହକ


ପ୍ରେମ ଶବଦରୁ ଝରେ
ପ୍ରୀତିର ମହକ
ସୁନେଲି ସ୍ୱପନେ
ମଜ୍ଜି ଯାଇଛି ପ୍ରେମିକ
ନିଝୁମ ରାତିର ଅନ୍ଧକାରେ
ହୃଦୟର ଶୂନ୍ୟସ୍ଥାନରେ
ଚୁପି ଚୁପି କିଏ ସେ ଆସି
ହଜାଇ ଦିଏ ତା ଭାବତରଙ୍ଗିଣୀରେ
ବାସ୍ତବ ଜୀବନ ଠୁ ଦୁରେଇ
ପ୍ରେମର ପ୍ରୀତି ରାଗିଣୀ ସଜେଇ
ଇନ୍ଦ୍ରଧନୁର ସତରଙ୍ଗେ
ନିଜକୁ ସଜାଇ ଅଙ୍ଗେ ଅଙ୍ଗେ
ମନଲୋଭା ସୌନ୍ଦର୍ଯ୍ୟରେ
ପ୍ରେମ ପ୍ରଦୀପ ତେଜି ଉଠେରେ
ପ୍ରେମ ରାଇଜେ ନିଜକୁ ହଜାଇ
ପରମ ତୃପ୍ତିର ସ୍ୱାଦ ଚଖାଇ
ନିମିଷକେ ଭାବବିହ୍ୱଳ ହୋଇ
ବାସ୍ତବତାରୁ ନିଜକୁ ଦୁରେଇ
କିଛି କ୍ଷଣ ସୁଖ ପାଇଁ ଆଜି
ପ୍ରେମ ପାଇଁ ପାଗଳ ସାଜି
ନିଜକୁ ତିଳ ତିଳ କରି ଦିଏ ରେ
ପ୍ରେମ ପାଇଁ ବାଟ ବଣା ହୁଏ ରେ