STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

1 min
215

ରଙ୍ଗ ଯେତେ ବୋଳି ଦେଲେ ବୋଳି ହେଲେ 

ଦେହ ଯାକ ଅଙ୍ଗ ଅଙ୍ଗ ରଙ୍ଗେ ଚହଟେ 

ସୁନ୍ଦର ରୂପସଜା ଦିଶେ ସିନା ସୁଷମା ଭରା 

ଆଖିକୁ ନିଏ ଆକର୍ଷି ଏକ ପଲକେ, 

କିଛି ମୁହୂର୍ତ୍ତର ବ୍ୟବଧାନ ପରେ ପରେ 

ମଳିନ ମଳିନ ଲାଗେ ତାର ସେ ଶୋଭା ଶିରୀ 

ଝାଉଁଳେ ପଡେ ସେ ତ ଉଜ୍ଜ୍ୱଳ ଆଲୋକେ।


ପ୍ରେମର ରଙ୍ଗ ଥରେ ଲାଗିଲେ ଏ ମନେ 

ଯେତିକି ଯେତିକି ବିଳମ୍ବ ହୁଏ ବିଚ୍ଛେଦେ 

ସେତିକି ସେତିକି ଗାଢ ହୁଏ ସେ ରଙ୍ଗ 

ପ୍ରାଣର ପୁଲକେ ସପନ ଲହରୀ ଯାଏ ଖେଳି, 

ମନର ମଣିଷଟିକୁ ଖୋଜି ବୁଲେ ଅଧିରେ 

ପାଖକୁ ତାର ଆଶା ଆକାଂକ୍ଷା ଦ୍ରୁତବେଗ ଧାଏଁ 

ଭାବନାରେ ଭାବନାରେ ସେ ପଡ଼େ ଉଛୁଳି। 


ସବୁ ରଙ୍ଗ ଠାରୁ ଏ ପ୍ରେମ ରଙ୍ଗ ଅଲଗା ନିଆରା 

ଧୋଇ ଦେଲେ ଅବା ଦେଲେ ଘଷି ମାଜି 

ଛାଡେନା ମନରୁ ଟିକିଏ ବି ଆଭା ତାର 

ନୂଆ ଆଉ ଏକ ରଙ୍ଗରେ ସେତ ଝଲସି ଉଠେ,

ମଧୁର ଭାଷାର ଶବ୍ଦମାନେ ଆସି ଭିଡ କରନ୍ତି 

ଠେଲା ପେଲା ହୋଇ ଧାଡି ଭାଙ୍ଗି ଦେଇ 

ବିରସ ବିରହେ ବିଷାଦ ଭରନ୍ତି ମଧୁ ଓଠେ।


ଭଲ ପାଇବାର ଚାରା ଗଛଟିଏ ଅଙ୍କୁରି ଉଠି

ଶାଖାପ୍ରଶାଖା ମେଲି ପଲ୍ଲବି ହୁଏ ଝଙ୍କାଳିଆ

ଫୁଲ ଫଳେ କେତେ ହେବାକୁ ବିମଣ୍ଡିତ,

ସମ୍ଭାବନାର ଜୁଆର ସବୁ ଆସେ ମାଡି ମାଡି 

ପ୍ରତିଦ୍ଵନ୍ଦୀତାର ଆବେଗତା ମୁହୂର୍ତ୍ତମାନେ

ବେଳାଭୂମି ଛୁଇଁ କୂଳେ ତାର ହୋଯାନ୍ତି ପ୍ଳାବିତ। 


ଏ ପ୍ରେମର ରଙ୍ଗ ମନକୁ କରେ ସରସ ସୁନ୍ଦର 

ଆଣି ଉଚ୍ଚାଟନ ଦିଏ ଉତ୍ସାହ ପ୍ରେରଣା ଭରି 

ଗଢିବାକୁ ସୁଖ ଶାନ୍ତିର ଅଭିନବ ନିଳୟ, 

ଯେଉଁଠି ଥାଏ ଖାଲି ଅସରନ୍ତି ସପନର ଦୌଡ଼ 

ସଫଳତାରେ ଆଣିବାକୁ ପରିପୂର୍ଣ୍ଣତା 

ସଦାସର୍ବଦା ସ୍ଫନ୍ଦିତ କରୁଥାଏ ପ୍ରେମୀର ହୃଦୟ। 

  ***  *** ***  ***  ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance