Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHITYA TARJUMAN

Inspirational Children

3  

SAHITYA TARJUMAN

Inspirational Children

ପ୍ରେମ ରାଇଜ

ପ୍ରେମ ରାଇଜ

1 min
192


ସପନ ବିକୁଛି, ଘରେ ଘରେ ବୁଲି, 

ପ୍ରେମ ରାଇଜରେ, ଘରଟେ ନବକି ? 

ସୁଖର ବଗିଚା, ଦୁଃଖ ନାହିଁ ସେଠି, 

ପ୍ରେମ ରାଇଜରେ, ଘରଟେ ନବକି ?


ମାନବତା ବୋଲି, ଗୋଟିଏ ଧରମ, 

ମାନବର ଜାତି, ତାହାର କରମ, 

ଇଟା ନା ପଥର, ସେଠି ଖାଲି ମାଟି, 

ପ୍ରେମ ରାଇଜରେ, ଘରଟେ ନବକି ?


ବାପା ମାଆ ସେଠି, ଈଶ୍ୱର ସମାନ, 

ଆଦର କରନ୍ତି, ତାଙ୍କର ସନ୍ତାନ, 

ସଂସାର ନିଜର, ପର ନାହିଁ କେହି, 

ପ୍ରେମ ରାଇଜରେ, ଘରଟେ ନବକି ?


ନିଜ କାମ ନିଜେ, କରନ୍ତି ସଭିଏଁ, 

ପାପକୁ ଭୀଷଣ, ଡରନ୍ତି ସଭିଏଁ, 

ସେଠି ନାହିଁ ରାଜା, ସେଠି ନାହିଁ ରାଣୀ, 

ପ୍ରେମ ରାଇଜରେ, ଘରଟେ ନବକି ?


ଶକ୍ତି ନାହିଁ ଯଦି, ଯିବାର ସେଠାକୁ, 

ବୁଝି ଯାଇଥିବେ, ଯଦି ମୋ କଥାକୁ, 

ତେବେ ପଣ କରି, ପାରିବା କି ବସି, 

ପ୍ରେମ ରାଇଜଟି, ଗଢ଼ିବା ଏଇଠି ?



Rate this content
Log in

Similar oriya poem from Inspirational