ପ୍ରେମ ପଥଟି ଭାରି ଖସଡ଼ା
ପ୍ରେମ ପଥଟି ଭାରି ଖସଡ଼ା
ପ୍ରେମ ପଥଟି ଭାରି ଖସଡ଼ା
ଦୂରେଇ ରୁହ ମାନରେ କଥା
ଥରେ ପଡ଼ିଗଲେ ପ୍ରେମ ଜାଲରେ
ଉବୁଟୁବୁ ହେବୁ ବୁଝି ଥାଅରେ
ପ୍ରେମ ଟି ଲାଗେ ରେ ଭାରି ବଢିଆ
ଇନ୍ଦ୍ରଧନୁ ପରି ସପ୍ତ ରଙ୍ଗିଆ
ପ୍ରେମ ତ ଅଟଇ ଭଷା ବାଦଲ
ମନ ଉଡିଯାଏ ହୋଇ ଫରଫର
ପ୍ରେମ ତ ଅଟଇ ଗୋଳିଆ ପାଣି
ଥରେ ବୁଡି ଗଲେ ପାରିବୁନି ଉଠି
ପ୍ରେମ ପଥଟି ସରସରିଆ
ଲାଗେ ତ ସବୁ ଭାରି ବଢିଆ
ପ୍ରେମ ସାସ୍ୱତ ପବିତ୍ର ମୟ
କରନି ତାକୁ କଳଙ୍କମୟ
ପ୍ରେମ ତ ମନ୍ଦିର ବୁଝରେ ଜୀବ
ଏହା ତ ଅଟଇ ଇଶ୍ଵର ଋପ
ପ୍ରେମକୁ ଅପବିତ୍ର କରନି ଜୀବ
ରସାତଳ ହେବ ଖସଡ଼ା ମନ
ପ୍ରେମ ଋପ ତ ଅଟେ ଅନନ୍ୟ
ଏହା ତ ଅଟଇ ଚିରନ୍ତନ ସତ୍ୟ।
