STORYMIRROR

DEEPALI JENA

Tragedy

4  

DEEPALI JENA

Tragedy

ପ୍ରେମ ପ୍ରତାରଣା

ପ୍ରେମ ପ୍ରତାରଣା

1 min
337

ତୁମେ ଫେରିବ ତୁମ ଲକ୍ଷ ହାସଲ କଲାପରେ 

ଯୋଉଠି ଛାଡିଦେଇ ଯାଇଥିଲ 

ପାଣି ଟୋପେ ପାଇଁ ମୁଁ ଆକୁଳ ହେଲାବେଳେ

କୋହ ଭରା କଣ୍ଠ ରେ ତୁମ ନା ନେଲାବେଳେ

ଅଜଣା ହେଇ ଚାଲିଯାଇଥିଲେ ବାଟ ଭାଙ୍ଗି 


ତୁମେ ଆଜି ଫେରିବ 

ହେଲେ ମୁଁ ଆଉ ମୁଁ ହେଇ ନଥିବି 

ଆଗକୁ ବଢିସାରିଥିବି-

ମିସ୍ ରୁ ମିସେସ୍ ହେଇସାରିଥିବି

ତୁମ ବିଜୟକୁ ମୋ ପାଦତଳେ ବିଞ୍ଚି ଦେଇ

ମୋ ପ୍ରେମ ଭିକ୍ଷା କରିବ 

ଆଉ କଣ ପୋଡା ତିଅଣରେ ସୁଆଦ ଥାଏ


ସେଦିନ ସମ୍ପର୍କକୁ ଭୁଲି

ତୁମେ ବିଜୟର ମୋହରେ ଧାଇଁଲ

ହେଲେ ବିଜୟ ମୋ ପାଇଁ ଥିଲା ସମ୍ପର୍କର ବନ୍ଧନ 

ଯାଅ ଯାଅ ଆଉ ସେ ଝିଅ ହେଇ ରହିନାହିଁ 

ତୁମେ ଛାଡିଗଲାପରେ

କବରୀ ଦେଇଚି ତାକୁ

ଇଏ ମୋର ଗୋଟେ ପୁନର୍ଜନ୍ମ 

ଯାହା ମୋ ସେନ୍ଥିରେ ସିନ୍ଦୂର ହେଇ ଝଟକୁଛି..।। 



Rate this content
Log in

Similar oriya poem from Tragedy