STORYMIRROR

Sanuja Meghamala

Romance

3  

Sanuja Meghamala

Romance

ପ୍ରେମ ପରିଭାଷା

ପ୍ରେମ ପରିଭାଷା

1 min
234


କାହୁଁ ରେ .. ମିଛ ନୁହେଁ

ତୋ ପ୍ରେମ ହେଲା ମୋ ବଇରୀ

ମୋ ମଧୁର ପ୍ରେମ ର

 ଅମୃତ ପରିଭାଷା

 କେବେ ପାରିଛୁ କି ବୁଝି !


ତୋ ବଂଶୀ ର ମଧୁ ସ୍ଵନ

ତୋଳି ଥିଲା ମୋ ଦେହେ  

ମନ୍ଦ ମନ୍ଦ ଶିହରଣ

ମୁକୁଳିତ ହେଲା କେଶ

ଫିଟି ଗଲା ପିନ୍ଧା ବାସ

ଭାଙ୍ଗିଲା କଳସ

ଗଭାରେ ଶୁଖିଲା ମଲ୍ଲୀ 

ଆଖିରୁ ଝରିଲା ଲୁହ ଧାର

ନିରିମାଖି ପ୍ରେମ ପାଗଳିନି

ଆନମନା ଅଭିସାରିକା ମୁଁ

ଭୁଲି ସଖୀ ସହଚରୀ

କୂଳ ମାନ ଲୋକ ଲଜ୍ୟା 

 ଧାଇଁ ଯାଏ କଦମ୍ବ ମୂଳ କୁ ।


ତୋ ବଇଁଶି ସୁରେ ହଜି 

ନୁପୁର ମୋ ଛନ୍ଦ ତୋଳେ

ଦୁଇ କୂଳ ଲଙ୍ଘି ଉତ୍ଫୁଲିତ ହୁଏ

ଯମୁନା ର ନୀଳ ଜଳରାଶି

ସଖୀ ମାନେ ଲାଜେ ଲାଜେ 

 ଆଡ ହୋଇ ବୁଜନ୍ତି ନୟନ

କୁଞ୍ଜବନେ କୋଇଲି ର କୁହୁ

ନୃତ୍ୟ ରତା ମୟୁରୀ ର ଛନ୍ଦ

ବଉଳ ମଲ୍ଲୀ ଛୁରିଆନା

ମଧୁମାଳତୀ ର ରଙ୍ଗ ଓ ମହକ 

ମଳିନ ପଡ଼ିଯାଏ ଶୁଣି

ତୋ ବଂଶୀ ର ରାଧା ନାମ ।


 ଥରେ ହେଲେ ମାପି ଦେଇ ଥାଆନ୍ତୁ

ଏ ଶୁନ୍ୟ ହୃଦୟ ର ଗଭୀରତା

 ନିନ୍ଦା ଅପବାଦ କୁ ଅଣଦେଖା କରି 

ଚକୋରୀ ର ଚପଲତା ନେଇ

 ତୋ ପ୍ରେମ କୁ ଭରସା କଲି

 ନିଜ ଠୁ ବେଶୀ ବିଶ୍ୱାସ କରି

ତୋତେ ଭଲ ମୁଁ ପାଇଲି..।


ମୋ ହ୍ରୁଦୟ ର ବିରହ କଥା

କୁଞ୍ଜ ବନେ ପ୍ରତିଧ୍ଵନି ତୋଳେ

ଭରସା ମୋ ଭାଙ୍ଗି ଦେଇ

ତୁ ଏମିତି ଅଧା ବାଟେ 

ହାତ ଛାଡ଼ି ଚାଲିଗଲୁ ମଥୁରା ପୁର !!


ଏଇଟା କି ତୋ ପ୍ରେମ ର ପରିଣତି

ଭାବି ଲୁନି କେବେ ଥରେ

କୃଷ୍ଣ ବିନା ରାଧା ବଞ୍ଚିବ କେମିତି??

ତୋ ପାଇଁ ଯାହା ଲୀଳା ଥିଲା

ମୋ ପାଇଁ ସେ ଅଭୁଲା ପ୍ରେମ 

ତୋ ପ୍ରେମ ବିନା ମୋ ଜୀବନ ଶୂନ୍ୟ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance