ପ୍ରେମ, ନିଷ୍କପଟ ଆତ୍ମୀୟତା
ପ୍ରେମ, ନିଷ୍କପଟ ଆତ୍ମୀୟତା
ସ୍ଵାଧୀନତା ମାନେ କ'ଣ ଜାଣିବା, ଦେଖି
ମୁକ୍ତ ଆକାଶର ପକ୍ଷୀଟିକୁ,
ନାହିଁ ତା'ର ଡର ଭୟ, ପରିଶ୍ରମରେ ବଞ୍ଚୁଛି
ଉପଭୋଗ କରି ଜୀବନକୁ ।
ସ୍ବାଧୀନତା, ସମ୍ବିଧାନର କାଗଜ କଲମେ,
ସ୍ବାଧୀନ ଭାଵନା ମିଳିଛି
ନାରୀ ସନ୍ଧ୍ୟାର ଅନ୍ଧାରେ ଏକୁଟିଆ ବୁଲିଵା,
କଳ୍ପନାରେ ଖାଲି ଅଛି ।
ସ୍ବାଧୀନତା ପାଏ ତ ନୂତନ ପରଶ ପ୍ରେମ
ମୟ ଜୀବନର ଧାରାରେ
ନଥାଏ ତାହା, ଭୁଲିଲେ ମଣିଷତ୍ୱ, ପୁରୁଣା
ଅବା ଆଧୁନିକତାର ନାମରେ ।
ପ୍ରେମ, ଏକ ଧାରା ପ୍ରତିଟି ହୃଦୟେ ଯଦି
ହୁଅନ୍ତା ଜାଗ୍ରତ
ବିଶ୍ୱଯୁଦ୍ଧ ହୁଅନ୍ତାନି, ନଥାନ୍ତା କେଵେ ଆତଙ୍କ
ବାଦୀ ଉତ୍ପାତ ।
ପ୍ରେମ ଅମୃତମୟ, ମଧୁମୟ ଏବଂ
ଚିର ଶାଶ୍ୱତ
ମଣିଷ ମଣିଷ ମଧ୍ୟେ ପ୍ରେମ ହେଲେ
ବିଦ୍ୟମାନ, ହୁଏନ୍ତାନି ମୃତାହତ ।
ଥିଲେ ମଣିଷର ମଣିଷ ପ୍ରତି ଦୟା
ପ୍ରେମର ଚେତନା
ଶୋଷଣ ଅତ୍ୟାଚାର ନଥାନ୍ତା, ଦୁଃଖି,
ଦରିଦ୍ର, ବାସହୀନ, ନଥାନ୍ତା ସିନା ।
ମଣିଷ ମନରେ ପ୍ରେମ ହୁଏ ପ୍ରସ୍ଫୁଟିତ
ସରଳ ନିଷ୍କପଟ ଆତ୍ମୀୟତାରେ
ପ୍ରେମ କେବେ ଆସେ ନାହିଁ ହିଁସା, ରାଗ,
ଅସୂୟା ମନୋଭାବରେ ।
ପ୍ରେମ ମିଳଇ ସରଳତା ଯଦି ରହେ
ପ୍ରତ୍ୟେକଟି ନିଶ୍ୱାସ ପ୍ରଶ୍ୱାସରେ
ତାହାର ହାସଲ ନୁହେଁ, ଡ୍ରାମାବାଜି ଓ
ହୃଦୟ ପରିପୂର୍ଣ ଆବିଳତାରେ ।
ପବିତ୍ର ପ୍ରେମର ଚାରୁ ରୂପକଳ୍ପ ଯୁଗେ
ଯୁଗେ ଚିର ଅମୃତର ଆଶା
ତାହା ତ ପ୍ରୀତି ଭକତିର ସମ୍ମୋହନ ସୁର,
ମଣିଷ ବିଶ୍ବାସର ପରିଭାଷା ।
ପ୍ରେମ ନୁହେଁ ଖାଲି ପ୍ରେମୀ ପ୍ରେମିକର
ଶାରୀରିକ ବାସନାର ମିଳନ,
ପ୍ରେମ ଏକ ଲାଳସା ବିହୀନ ଅନୁଭବ
ସ୍ୱର୍ଗୀୟ ସୁଖରେ ହୁଏ ପରିପୂର୍ଣ ।
ସମୟ ସମସ୍ତଙ୍କୁ ମିଳିଥାଏ ତାର ଦୁର୍ବିସହ
ଜୀବନକୁ ବଦଳାଇବା ପାଇଁ,
ନଵଦଳାଇ ପାରିଲେ, ସମୟ ଦିଏ
ଜୀବନକୁ ଶୋକ ସାଗରରେ ଭସାଇ ।
ତ୍ୟାଗର ଧାରାରେ ମଣିଷ ଶୃଙ୍ଖଳିତ ହେଲେ,
ପ୍ରେମର ସମ୍ଭାର ପାଏ
ସ୍ୱାର୍ଥପରତାରେ ଭାବର ଆଦାନ ପ୍ରଦାନ,
ଜୀବନେ କଷ୍ଟ ଦିଏ l
ପ୍ରତ୍ୟେକ ଦର୍ଶନ ଶାସ୍ତ୍ରରେ କାମନା ବିନାଶେ
ଦୁଃଖର ବିନାଶ ସୁଖପ୍ରାପ୍ତି କଥା କହେ
କୋଟି କୋଟି ଟଙ୍କା ଥିଲେ ବି ପାଶରେ, କି ହୋଇବ
ବନ୍ଧୁ ସୁଖରୂପୀ ଜହ୍ନ ଯଦି ପାଖରେ ନରହେ ।