STORYMIRROR

Goutam Mohanty

Romance

3  

Goutam Mohanty

Romance

ପ୍ରେମ ମୟୂରୀ

ପ୍ରେମ ମୟୂରୀ

1 min
186


ପାଇଛି ଭଲ ମୁଁ   ପ୍ରଥମ ଦେଖାରେ

     ଏମିତି ଝିଅଟେ ତୁହି,

କାହା ହାତ ଗଢା  ଝିଅଟେ ତୁହି ଲୋ

    କେମିତି ଗଢିଛି ବିହି।।

କୋଟିକରେ ତୁହି  ଗୋଟିଏ ରୂପସୀ

   କରିନେଲୁ ମୋତେ ବନ୍ଦୀ,

କେଉଁ ମନ୍ତ୍ରେ ମୋତେ ବଶ ତୁ କରିଲୁ

 (ତୋ) ପ୍ରେମରେ ହୋଇଲି ଛନ୍ଦି।।

ତୋ ଗୁଣ ତୋ ରୂପ  କିମିଆଁ କରିଛି

    ସକାଳରୁ ସଞ୍ଜ ଯାଏ,

ସୁପ୍ତ ଶରୀରରେ    ଜୀବନ ଭରିଲୁ

   ଆଜି ପ୍ରେମ ଗୀତ ଗାଏ।।

ରଖିଦେଲି ତତେ  ହୃଦୟେ ଲୁଚେଇ

    ତୁ ମୋ ପ୍ରେମର ମୟୂରୀ,

ସାଜିଲୁ ଜୀବନ   ତୁ ମୋର ସପନ

    ତୁ ମୋ ହୃଦୟ ସୁନ୍ଦରୀ।।



Rate this content
Log in

Similar oriya poem from Romance