ପ୍ରେମ ମାନେ
ପ୍ରେମ ମାନେ
ଫୁଲକୁ ପଚାରିଲି ପ୍ରେମର ଅର୍ଥ କଣ ?
ଫୁଲ କହିଲା ସମର୍ପଣ
ନଦୀକୁ ପଚାରିଲି, ପ୍ରେମର ଅର୍ଥ କଣ ?
ନଦୀ କହିଲା, ଦୁଇ ହୃଦୟର ମିଳନ
ବୃକ୍ଷକୁ ପଚାରିଲି ପ୍ରେମର ଅର୍ଥ କଣ ?
ବୃକ୍ଷ କହିଲା, ଉତ୍ସର୍ଗୀକୃତ ଜୀବନ
ଜହ୍ନକୁ ପଚାରିଲି, ପ୍ରେମର ଅର୍ଥ କଣ ?
ଜହ୍ନ କହିଲା, ଏକ ଶୀତଳ ଆବରଣ
ପର୍ବତକୁ ପଚରିଲି ପ୍ରେମର ଅର୍ଥ କଣ ?
ପର୍ବତ କହିଲା ନିଷ୍ଠୁରତାର ଲକ୍ଷଣ
ନିଜକୁ ପଚାରିଲି ପ୍ରେମର ଅର୍ଥ କଣ ?
ଉତ୍ତର ଆସିଲା ଦୁଃଖ ଆଉ ସୁଖ ମଝିରେ
ନିଃଶ୍ୱାସ ନେବା ହେଉଛି ପ୍ରେମ ।

