Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu Mita

Classics

4  

Madhu Mita

Classics

ପ୍ରେମ କାଙ୍ଗାଳ ସନେଟ୍

ପ୍ରେମ କାଙ୍ଗାଳ ସନେଟ୍

1 min
301



ଓହ୍ଲେଇ ଆସଇ ଧରିତ୍ରୀ କୋଳକୁ ଛାଡ଼ି ସରଗର ସୁଖ

କ୍ଷଣିକ ମାତ୍ରକେ ପାଇବାକୁ ଯାହା ଭୋଗଇ ଯାତନା ଦୁଃଖ !

ପାରିଜାତ ପରି ମହକଠୁ ବଳି ଯୁଇ-ଜାଇ-ହେନା ମଲ୍ଲୀ

ଲାଗଇ ତାହାକୁ ଅତି ଆପଣାର ସ୍ନେହବୋଳା ସବୁ ଗାଳି !


ଧୂଳିଧୁସ ତାକୁ ଭଲ ଲାଗିଥାଏ ଚନ୍ଦନ ଅଗୁର ଠାରୁ

ନଈ ପୋଖରୀର ପାଣି ଭଲ ଲାଗେ ଗଙ୍ଗା ଆଉ ଯମୁନାରୁ !

ଆକାଶ କୁସୁମ ଛାଡ଼ି ସେ ଧରଇ କଇଁ ଫୁଲଟିଏ ହାତେ

ଦେଉଳ ପଥର ଭିତରୁ ବାହାରି ମାଟି ଖେଳେ ସେ ମରତେ !


ଅଇଁଠା ଫଳକୁ ଖୁସିରେ ଖାଇ ସେ ଭୁଲଇ ଛପନଭୋଗ

ଫୁଲଶେଯ ଛାଡ଼ି ପତର ଉପରେ ଶାନ୍ତିରେ ଶୁଏ ସେ ଆଗ !

ଗନ୍ଧର୍ବ ଅପସରା ସ୍ତୁତିକୁ ଏଡେଇ ମା' ଆକଟ ସେ ମାଗେ

ବାପାଙ୍କ କୋଳରେ ଅଳିକରି ସେ ଯେ ସୁଖ ସପନକୁ ଭୋଗେ !


ଟିକିଏ ପ୍ରେମକୁ ପାଇବା ପାଇଁ ସେ ଧେନୁ ପଛରେ ଗୋଡାଏ !

ପ୍ରେମ ଟିକେ ଢାଳିଦେଲେ ସେ କାଙ୍ଗାଳ କୋଳରେ ବସେଇ ଥାଏ !



Rate this content
Log in

Similar oriya poem from Classics