ପ୍ରେମ କାଙ୍ଗାଳ ସନେଟ୍
ପ୍ରେମ କାଙ୍ଗାଳ ସନେଟ୍
ଓହ୍ଲେଇ ଆସଇ ଧରିତ୍ରୀ କୋଳକୁ ଛାଡ଼ି ସରଗର ସୁଖ
କ୍ଷଣିକ ମାତ୍ରକେ ପାଇବାକୁ ଯାହା ଭୋଗଇ ଯାତନା ଦୁଃଖ !
ପାରିଜାତ ପରି ମହକଠୁ ବଳି ଯୁଇ-ଜାଇ-ହେନା ମଲ୍ଲୀ
ଲାଗଇ ତାହାକୁ ଅତି ଆପଣାର ସ୍ନେହବୋଳା ସବୁ ଗାଳି !
ଧୂଳିଧୁସ ତାକୁ ଭଲ ଲାଗିଥାଏ ଚନ୍ଦନ ଅଗୁର ଠାରୁ
ନଈ ପୋଖରୀର ପାଣି ଭଲ ଲାଗେ ଗଙ୍ଗା ଆଉ ଯମୁନାରୁ !
ଆକାଶ କୁସୁମ ଛାଡ଼ି ସେ ଧରଇ କଇଁ ଫୁଲଟିଏ ହାତେ
ଦେଉଳ ପଥର ଭିତରୁ ବାହାରି ମାଟି ଖେଳେ ସେ ମରତେ !
ଅଇଁଠା ଫଳକୁ ଖୁସିରେ ଖାଇ ସେ ଭୁଲଇ ଛପନଭୋଗ
ଫୁଲଶେଯ ଛାଡ଼ି ପତର ଉପରେ ଶାନ୍ତିରେ ଶୁଏ ସେ ଆଗ !
ଗନ୍ଧର୍ବ ଅପସରା ସ୍ତୁତିକୁ ଏଡେଇ ମା' ଆକଟ ସେ ମାଗେ
ବାପାଙ୍କ କୋଳରେ ଅଳିକରି ସେ ଯେ ସୁଖ ସପନକୁ ଭୋଗେ !
ଟିକିଏ ପ୍ରେମକୁ ପାଇବା ପାଇଁ ସେ ଧେନୁ ପଛରେ ଗୋଡାଏ !
ପ୍ରେମ ଟିକେ ଢାଳିଦେଲେ ସେ କାଙ୍ଗାଳ କୋଳରେ ବସେଇ ଥାଏ !
