ପ୍ରେମ ଇନ୍ଦ୍ରଜାଲ ମାୟା
ପ୍ରେମ ଇନ୍ଦ୍ରଜାଲ ମାୟା
ଚନ୍ଦ୍ର ହାସିତ ରଜନୀର
ଏଇ ଉଦାସୀ ବେଳାରେ
ତୁମେ ଢାଳିଦେଲ ମଧୁ ଜୋଛନା
ମରମ ମୋର
ଛୁଇଁ ଦେଇ ଗଲା
ତୁମ ମଧୁ ଓଠ ମଧୁ ଦ୍ୟୋତନା
ଦ୍ୱାରଖୋଲ
ଦ୍ୱାର ଖୋଲ ବୋଲି
ତୁମେ ଯେତେବେଳେ ଡାକୁଛ
କାହିଁକି ରହିବି
ଦ୍ୱାର ମୁଦି ଦେଇ
ମୂର୍ଚ୍ଛି ମଧୁଶାଳା ଉଲ୍ଲାସ
ଦେଖ ଦେଖ ସଖି
ମୋ ଅନ୍ତର ତଳେ
ଜଳେ ତୁମ ବିଭୋର ପ୍ରେମର ନିଆଁ
ଜାଣିଛି ମୁଁ ଗୋ ସଖି
ତୁମେ ଲିଭାଇବ
ରଚି ପ୍ରେମ ଇନ୍ଦ୍ରଜାଲ ମାୟା ।