STORYMIRROR

samhita jena

Inspirational

3  

samhita jena

Inspirational

ପ୍ରେମ ହିଁ ସତ୍ୟ

ପ୍ରେମ ହିଁ ସତ୍ୟ

1 min
560

ତମେ ମତେ ଖୁବ ଭଲ ପାଅ ଜାଣିଛି,

ମୁଦ୍ରିତ ନୟନ

ପାଦ ତଳେ ରୁକ୍ମିଣୀ,

ନିଶ୍ଚଳ ଭାବରେ ଚାହିଁଥିଲେ

ପ୍ରଭୂ ପ୍ରଭୂ ପ୍ରଭୂ

କର୍ଣ୍ଣପାତ ହେଉନି?

ହଠାତ ଶୟନ କକ୍ଷରୁ 

ପ୍ରଭୂ ଅନ୍ତର୍ଦ୍ଧାନ

ରୁକ୍ମିଣୀ ବି,ପାରୁନି

ପହଞ୍ଚିଲେ କୁଞ୍ଜବନରେ

ଚନ୍ଦନ,ଅଗୁରୁର ବାସ୍ନା

କୃଷ୍ଣମୟ କୁଞ୍ଜ

ପ୍ରବେଶିଲେ କୋଠରୀରେ।

ଏକାକିନୀ ରାଧା,

କୃଷ୍ଣମୟ କୋଠରୀ

ଶ୍ୟାମଳ ଅଙ୍ଗରେ ପୀତବସ୍ତ୍ର,

କୃଷ୍ଣଚୂଡ଼ା ଅଧରରେ,

ମୋହନ ବଂଶୀ

ପଦ୍ମପାଦରେ ନିର୍ମିଳିତ ନୟନ,

ନୟନରେ ଭକ୍ତିର ବନ୍ୟା

କୃଷ୍ଣ କୃଷ୍ଣ କୃଷ୍ଣ

ନିଶ୍ଚଳ ରୁକ୍ମିଣୀ ଏବେ,

ନିର୍ବାକ ହୋଇଯାଥିଲେ,

କୃଷ୍ଣମୟ କୁଞ୍ଜରୁ

ପ୍ରତିଧ୍ବନିତ ହେଉଥିଲା,

ପ୍ରେମ ହିଁ ସତ୍ୟ

ପ୍ରେମ ହିଁ ସୁନ୍ଦର

ପ୍ରେମ ହିଁ ଚିରନ୍ତନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational