STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ପ୍ରେମ : ଏକ ନିଷିଦ୍ଧ ଇଲାକା

ପ୍ରେମ : ଏକ ନିଷିଦ୍ଧ ଇଲାକା

1 min
1.0K

ସେ ସେଇ ନିଷିଦ୍ଧ ଇଲାକାର ନିରୁର୍ଦିଏ ଷ୍ଟ ବ୍ୟକ୍ତିତ୍ୱଟେ ସାଜି

ଯେବେ ହଜିଥିଲା ତୁମ ବଗିଚାର ବନ୍ଦୀଶାଳାରେ ବନ୍ଦୀଟିଏ ହୋଇ 

ତୁମେ ଅନ୍ଧାରର ହାତକଡ଼ିରେ ମୋହଭରା ସୁଗନ୍ଧ ଅର୍କ ସାଜି

ଝରିଥିଲ ପୂର୍ଣ୍ଣମୀରେ ଫୁଲରୁ ଫୁଲରୁ ହିମାଂଶୁର ଶତଧାରା ହୋଇ।। 


ଧୁମିଳ ପ୍ରହର ଯେବେ ସରି ଯାଉଥିଲା ସମୟର ଅବଜ୍ଞା ନକରି

ତୁମେ ଜୁଡ଼ାକୁ ସଜାଡୁ ଥିଲ ତା ଆଖିରେ ଆଇନାଟେ ହୋଇ 

ତିଥି ବାର ବେଖାତିର କରି ତୁମେ ଗାଇଥିଲ ପ୍ରଣୟର ମଙ୍ଗଳାଚରଣ

ସେ ସମର୍ପିତ ପ୍ରେମିକଟେ ସାଜି ସ୍ୱର ମିଳାଇଥିଲା ସାଥିଟିଏ ହୋଇ। 


ଶିହରିତ ମୁହୂର୍ତ୍ତ ସବୁ ଏମିତି ସରି ଯାଉଥିଲା ସମାପ୍ତିର ଇଶାରା ନପାଇ

ବିଘଟନ ହେଉଥିଲା ଭାବ ପ୍ରେମ ଓ ବୁଡ଼ିଯିବାର ବିଭୋରପଣ 

ସମାଜଠୁ ବିଚ୍ୟୁତ ହୋଇ ସେ ଦୁହେଁ ସ୍ୱ-ନିର୍ବାସିତ ନଭଚର ପରି

ଘୁରି ବୁଲିଥିଲେ ଯାଯାବର ହୋଇ ଆକାଶ ଦିଗନ୍ତ ଘେରା ପାହାଡ଼ ଓ ବଣ। 


ସେମାନଙ୍କ ସେ ସହର ଥିଲା ସମାଜ ଆଖିରେ ସତ ନିଷିଦ୍ଧ ଇଲାକା

ପ୍ରେମ କିନ୍ତୁ ଛାତି ତଳେ କୁହୁଳୁ ଥିବା ଅନେକ ପ୍ରଶ୍ନର ଏକ ଅନୁଚିତ ଉତ୍ତର 

ଜାଣି ଜାଣି ଅପରାଧୀ ସାଜେ ପାଗଳ ଭାବୁକଟିଏ ନିଜ ଅନିଚ୍ଛାରେ

ପ୍ରେମ ଏକ ବିକ୍ଷିପ୍ତ ଚିତ୍ତକୁ ସଜାଡ଼ି ପାରୁଥିବା ଏକ ଶୁଦ୍ଧ ପୁଷ୍ପହାର।। 


ଯେହେତୁ ସେ ଦୁଃସାହସରେ ହଜିଯାନ୍ତି ଅନେକ ଚଢେଇ ବାଟବଣା ହୋଇ

ଅଧାବାଟେ ହାତ ଛାଡି ଚାଲିଯାନ୍ତି ଅନେକ ପ୍ରତାରକ ହତାଦର କରି 

ସେ ପାଇଁ ଏ ଇଲାକାଟି ନିଷିଦ୍ଧ ଘୋଷିତ ସମାଜର ସଂସ୍କାର ରୀତିରେ

ଅବାଟ ନହେଲେ ବି ଏ ଏକ ଅମଡ଼ା ବାଟଟେ ଯିବାକୁ ହୁଏ ଭାବି ଓ ବିଚାରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance