ପ୍ରେମ ଏକ ଅନୁଭବ
ପ୍ରେମ ଏକ ଅନୁଭବ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପ୍ରେମ ଅନୁଭବ. ଜୀବନ୍ତ ବିଭବ
ଭାବନାର ଅନ୍ତରାଳେ ;
ସ୍ଵପ୍ନେ ଉଦ୍ଭାସିତ ହୁଏ ସଦା ଚିତ୍ର
ରାତ୍ରୀରାଣୀ ନିଦକୋଳେ !!
ଅଢ଼େଇ ଅକ୍ଷର ପ୍ରେମର ସ୍ବାକ୍ଷର
ବ୍ୟାପକ.ଏ ପରିଭାଷା ;
ବର୍ଣ୍ଣନା ସାପେକ୍ଷ ଏ ଶବ୍ଦର ଅର୍ଥ
ହୃଦୟରେ ବାନ୍ଧେ ବସା !!
ପ୍ରେମ ଆଭିମୁଖ୍ୟ. ସର୍ବଶାନ୍ତି ମୋକ୍ଷ
ହୃଦୟର. ଚିର ଗାଥା ;
ଅପୂର୍ବ ମିଳନ ପ୍ରେମ ଅମଳିନ
ପ୍ରଣିପାତ କରେ ମଥା !!
ସଂକୀର୍ଣ୍ଣତା ଭାବ ଶୋଭନୀୟ ନୁହଁ
ପ୍ରେମସୀମା ସରହଦେ ;
ପ୍ରେମ ଉପଜୀବ୍ୟ ପ୍ରେମ ଉପଭୋଗ୍ୟ
ସମ୍ପର୍କର ସେତୁବନ୍ଧେ !!
ପ୍ରେମ ସ୍ମୃତି ଛବି ହୃଦୟ ଦରଦୀ
ମାନସ ପଟରେ ଭାସେ ;
ଆଶା ଆକାଂକ୍ଷାରେ ନିରବତା ଭ
ରେ
ଭାବନା ସରାଗି ରୋଷେ !!
କାମନା ବାସନା ପ୍ରେମର ଯାତନା
ହେଜ ଆହେ ପ୍ରେମୀଗଣ..;
ଶାସ୍ବତ ପ୍ରେମରେ ପବିତ୍ରତା ଭରେ
ପ୍ରେମ ସଦା ପରିତ୍ରାଣ. !!
ପ୍ରେମ ସତ୍ୟ ଶିବ ପ୍ରେମ ସୁନ୍ଦରମ
ସ୍ନେହଁର ଆଧାର. ତ୍ୟାଗ .;
ତ୍ୟାଗପୂତ ପ୍ରେମ. ଚିରନ୍ତନ ସତ୍ୟ
ଯୁଗେଯୁଗେ ଉପଯୋଗ୍ୟ. !!
ସ୍ନେହଁ ଶ୍ରଦ୍ଧା ଉକ୍ତି ପ୍ରେମର ସ୍ଵିକୃତି
ଅନୁଭବେ ଅନୁଭୂତ. ;
ପ୍ରେମ ସମ୍ପର୍କକୁ ବାନ୍ଧି ରଖିବାକୁ
ସ୍ଵାର୍ଥନୁହଁ ଅଭିପ୍ରେତ. !!
ପ୍ରେମ ରୂପରେଖ. କବିର ଆଲେଖ୍ୟ
ନିଆରା ଏ 'ଅଭିମତ. ;
ଆହେ ପ୍ରେମପ୍ରେମୀ ଭବିଷ୍ୟତ ନିଧି
ପ୍ରେମ ହୃଦୟକୁ ଜିତ. !!