ପ୍ରେମ ଅନୁଭବ
ପ୍ରେମ ଅନୁଭବ
ପ୍ରେମ ଓ ପ୍ରେମିକା କଥା କରୁଛି ବର୍ଣ୍ଣନ
ନବରସେ ନବରାସ ରସମୟ ପ୍ରେମ ।
ପ୍ରେମିକା ପ୍ରେମରେ ଜନେ ହୁଅନ୍ତି ପାଗଳ
ଲାଗିଗଲେ ପ୍ରେମରୋଗ ବଢେ ବେଳୁବେଳ ।
ବାଳକ ବାଳିକା ବେଳୁ ହୁଅଇ ଆରମ୍ଭ
ଭରା ଯଉବନ ଖେଳ ପରି ନାଶେ ଦମ୍ଭ ।
ଭଦର ବେଶକୁ ବୋହିଥାନ୍ତି ଉପରକୁ
କୁରୂପ ପ୍ରକାଶେ ପ୍ରେମ ମନ ଭିତରକୁ ।
କରତି ହୁଅଇ ହୃଦ ମନ ଦେଖି ଚାହିଁ
ଚହଟି ପ୍ରଣୟ ଗନ୍ଧ ବାସ ବିଛୁରାଇ ।
ବିଛା ମନ୍ତ୍ର ନଜାଣି ଯେ ଧରିଥାନ୍ତି ସାପ
ଫସାନ୍ତି ପ୍ରେମ ଫାନ୍ଦରେ , ପରେ ମନସ୍ତାପ ।
ପସ୍ତାଇ ହୁଅନ୍ତି ଆଜୀବନ ଘୋର ଦୁଃଖେ ।
ଖେଦ ଦାହ କୋହ ତୃଷ୍ଣା ଦୁଃର୍ବିସହ ଦାହେ
ହୃଦୟ ନିରତ ପ୍ରେମ କରି ସହିଥାଏ ।
ଏଥିପାଇଁ ସୁଗଭୀର ପ୍ରଭାବ ପଡଇ
ଡେଇଁଲେ ପ୍ରେମର ନିଆଁ ଦେହେ ଲାଗିଯାଇ ।
ଇଜ୍ଜତ ମହତ ସବୁ ଦିଏ ଧ୍ଵଂସ କରି
ରିକ୍ତ ହାତେ ପ୍ରେମ ସାରି ଆସିଥାନ୍ତି ଫେରି ।
ଫରକ ନଥାଏ , ପ୍ରେମେ ପ୍ରେମିକ ପ୍ରେମିକା
କାମ ଦାମ ଛାଡ଼ି ଦେଇ ଦେଉଥାନ୍ତି ଦେଖା ।
ଖାଦ୍ୟ ଓ ଖାଦକ ପରି ପ୍ରେମର ସମ୍ପର୍କ
କମ୍ପିଉଠେ ଆହା ଭାବି ତା' ବିକଟ ଭେକ ।
କେବେ କେବେ ସେଇ ପ୍ରେମ ହୁଏ ଅତି ଉଗ୍ର
ଗ୍ରହଣ କରିଲେ ଆଉ ନମିଳେ ନିସ୍ତାର ।
ରାସ୍ତା ନଥାଏ ପ୍ରେମର ଫାଶୁ ମୁକୁଳିବା
ବାଳକ ବାଳିକା ବେଳୁ ବେଳ ଦେଖି କାବା ।
ବକ ବାକ ହୋଇ ପ୍ରେମ ଗଳପେ ମାତନ୍ତି
ତିନ୍ତି ଯାଏ ଦେହ ମନ ପ୍ରେମ ରସେ ନିତି ।
ନୀତି ନିୟମ ଆଦର୍ଶ ଯାଆନ୍ତି ଯେ ଭୁଲି
ଲିଭି ଲିଭି ଯାଏ ଶିଖିଥିବା ପାଠ ଚାଲି ।
ଲୁଚି ଲୁଚି ପ୍ରେମେ ରହି ଦିଅନ୍ତି ପାଶୋରି
ରୀତିମତ ଭାବରେ ସେ ହସି ଖିଲି ଖିଲି ।
ଲେଖନ୍ତି ପ୍ରେମ ପତର ପ୍ରେମିକ ପ୍ରେମିକା
କାମନା ବାସନା ଘେନି,ସେ ଆଳୀ ମାଳିକା ।
କାଳୀ ଅବା ଗୋରୀ ହେଉନାହିଁ
କିଛି ଦୋଷ
ସୁନ୍ଦରୀ ସୁଦେହା ପ୍ରିୟା ପାଖେ ସିନା ରସ ।
ସର ସର ମନେମନେ ଭାବୁଥାନ୍ତି ପିଲା
ଲଫଙ୍ଗା ହୁଅନ୍ତି ପ୍ରେମେ ହୋଇଣ ଚଗଲା ।
ଲାଗ ଲାଗ ଲାଗି ରହିଥାନ୍ତି ପିଲା କାଳୁ
ଲୋକ ବାକ ମେଳେ ଲୁଚି ଯାଇଥାନ୍ତି ଦୂରୁ ।
ଦୂରରୁ ଲାଗଇ ପ୍ରେମ ଉତ୍ତେଜନା ଧାରା
ରାଧା କୃଷ୍ଣ ପରି ପିଲାମାନେ କରି ଲୀଳା ।
ଲାଳିତ୍ୟେ ଆକର୍ଷି ପରସ୍ପର ମନୋବୃତ୍ତି
ତୀବ୍ରତର ହୋଇ ଚାଲେ ଭାଙ୍ଗିଦିଏ ଧୃତି ।
ତ୍ରିଧାରେ ଚହଟେ ତାହା ବାଲ୍ୟ ଜୀବନରେ
ରଞ୍ଜାଇ ନିଏ ମନକୁ ଆପଣା କବଳେ ।
ବାଳକ ବାଳିକା ବେଳୁ ହୁଅଇ ଆରମ୍ଭ
ଭରଇ ମରମେ ଆଗେ ଲାଜ ଲାଜ ଭାବ ।
ଭାବି ହୋନ୍ତି ନିତି ମନେ ପ୍ରେମିକାର କଥା
ଥରକୁ ଥର ଯାଇକି ଦେଉଥାନ୍ତି ଦେଖା ।
ଦେଖି ନପାରିଲେ ଦିନେ ଅଧେ ମନ ଖଟା
ଖଟା ମିଠା ପ୍ରେମେ ମଜ୍ଜି ହୁଅନ୍ତି ହୀନସ୍ତା ।
ବସ୍ତାନି ଫିଙ୍ଗିକି ପ୍ରେମେ ହେଉଥାନ୍ତି କଥା
ତାଙ୍କ ପାଇଁ ଶିକ୍ଷକ ହୁଅନ୍ତି ହଟହଟା ।
ଟହ ଟହ ଫୁଟେ ପ୍ରେମ ବାସଇ ରୁଚିର
ରଚି ବହୁ ଲୀଳା ଖେଳା ଯଉବନ ଧୀର ।
ରୁଦ୍ଧି ଦିଏ ବୁଦ୍ଧି ବିଦ୍ୟା ଜ୍ଞାନ ପ୍ରେମ କଥା
ଥକ୍କା ଖାଇ ଯାଇ ପ୍ରେମେ ଦେଇଥାନ୍ତି ଧକା ।
କାନ୍ଧକୁ କାନ୍ଧ ମିଳାଇ ପ୍ରେମିକ ପ୍ରେମିକା
କୋମଳ ହୃଦୟେ ବାଲ୍ୟକାଳର ମଉକା ।
କାମ ଧନ୍ଦା ପାଇ ଛାଡି ଭୁଲିଯା'ନ୍ତି ଆନେ
ନୟନେ ଅଭୁଲା ରହେ ନାଚୁଥାଏ ମନେ ।
ନମାନି ପ୍ରେମ ବନ୍ଧନ , ହୁଏ ପ୍ରତାରଣା
ନାରକୀୟ କାଣ୍ଡ ରଚେ , ଅତୃପ୍ତ ବାସନା ।
ନାଶଇ ଧନ ଜୀବନ , ବଢ଼ାଏ ଅଶାନ୍ତି
ଅଶାନ୍ତି ଓ ପ୍ରତାରଣା ତାହାକୁ କହନ୍ତି ।
ହତିଆର ଧରି କେତେ ହାଣନ୍ତି ଆନକୁ
କୁଆଡୁ ବୁଝିବେ ପ୍ରେମ ବୋଲି , ସେନେହକୁ ।
କୁହୁଳି ଉଠଇ ପ୍ରତାରଣାର ଅଶାନ୍ତି
ଶାଢୀରେ ଝୁଲି ,କେ ରଶି ଦେଇ ପାଏ ଫାଶୀ ।