STORYMIRROR

Dr.Omm Prasad Pradhan

Abstract

4  

Dr.Omm Prasad Pradhan

Abstract

ପ୍ରେମ ଅନ୍ଧ !

ପ୍ରେମ ଅନ୍ଧ !

1 min
183


ପ୍ରେମ ଅନ୍ଧ !

କେବଳ ଶୁଣିଛି

ଉପଲବ୍ଧି କରିବାର ସାହସ ,

କେବେ କରିନି ।


ମୁଁ ଯେବେ ମାତ୍ତୃତ୍ୱ ଲାଭ କଲି 

ମୁଁ ପ୍ରେମ କରିବା ଶିଖିଲି 

ଅନ୍ଧ ଭାବେ , 

କାହାକୁ ନିଜର ଭାବିବା ,

କାହାକୁ ଧାରଣ କରିବା,

ସ୍ୱାର୍ଥ ରହିତ ହେଇ ।


କାହାକୁ ନିଜଠୁ ଅଧିକ

ଭଲପାଇବା ଶିଖିଲି ।

ହଁ ମୁଁ ଯେତେବେଳେ ମାଆ ହେଲି 

ମୁଁ ପ୍ରେମ କରିବା ଶିଖିଲି 

ଶାଶ୍ୱତ ବାତ୍ସଲ୍ୟ ମୟୀ ଭାବରେ 

ନିଜ ଭିତରେ ବଢୁଥିବା ମୁଁ 

ମୋତେ ହିଁ ଭଲ ପାଉଥିଲି ।


ଏହା କଣ ବାସ୍ତବ ନୁହେଁ ?

ହଁ ମୁଁ ମୋତେ ହିଁ ଭଲ ପାଉଥିଲି 

ମୋ' ର ଅଜନ୍ମା ଶରୀର କୁ 

ମୋ ଆତ୍ମା ର ଅଭିନ୍ନ ଅଂଶ କୁ 

ଅନ୍ଧ ଭାବେ ........


ମଣିଷ ନିଜକୁ ହିଁ ପ୍ରେମ କରେ 

କିନ୍ତୁ ଭିନ୍ନ ରୂପରେ ....

ନିଜକୁ ଭଲ ପାଇବା ,

କେବଳ ନିଜକୁ ପ୍ରେମ କରିବା 

କଣ ସ୍ୱାର୍ଥପରତା ?

ତାହା ନୁହେଁ ।


ନିଜକୁ ଭଲ ପାଇବା ର 

ଏକ ମାଧ୍ୟମ ମାତ୍ର ,

ନିଜ ସନ୍ତାନ .......।


Rate this content
Log in

Similar oriya poem from Abstract