STORYMIRROR

Manaswinee Dash

Tragedy

4  

Manaswinee Dash

Tragedy

ପ୍ରଦୂଷିତ କରନି ଚିଲିକାକୁ

ପ୍ରଦୂଷିତ କରନି ଚିଲିକାକୁ

1 min
392

ବୃହତ୍ତମ ହ୍ରଦ ନାମରେ ପାଇଛି ପରିଚୟ, 

ଏତ ପ୍ରକୃତିର ସୃଷ୍ଟି ବିସ୍ମୟ, 

ଥରେ ଯେବେ ଉପଭୋଗ କରିବା ଦେଇ ଲୟ, 

ହୋଇ ରହିଯିବ ଅବିସ୍ମରଣୀୟ। 


ଗମନାଗମନର ନଥିଲା ସୁବିଧା, 

ଯାତାୟତରେ ହେଉଥିଲା ବାଧା, 

ତେଣୁ ସଦା ଚିଲିକା କୁ ଉପଭୋଗ କରିବାର ରହୁଥିଲା କ୍ଷୁଧା, 

ହେଲେ ଆଜି ନିମିଷକ ମଧ୍ଯରେ ପହଞ୍ଚିବାର ରହିଛି ସ୍ପର୍ଧା। 


ଦିନକୁ ଦିନ ଚିଲିକା ହଉଛି କଳୁଷିତ, 

ପର୍ଯ୍ୟଟନର ବିକାଶ ହେଉଛି ତ୍ବରାନ୍ବିତ, 

ଚାଲିଲା ନାଆ ଯନ୍ତ୍ର ଚାଲିତ, 

କେତେ ଜଳଜୀବ ହେଲେଣି ନିଶ୍ଚିହ୍ନ କେତେ ସହିଲେଣି କ୍ଷତ। 


ଦିନକୁ ଦିନ ବଢିଚାଲୁଛି ପ୍ରଦୂଷଣ, 

ସାଜିଛି ଚିଲିକା ପାଇଁ କଷଣ, 

ଦୁଖ ହେଉଛି ତାକୁ ଦେଖିଲେ ମନ, 

କିପରି ରୋକିବା ତାହା ଭାବୁନ। 


ଯଦି ଆମେ ଚିଲିକାର ସୌନ୍ଦର୍ଯ୍ୟକୁ ରକ୍ଷା କରିବା ନାହିଁ, 

ଅଦ୍ବିତୀୟ ଶୋଭାକୁ ଦବା ହରାଇ, 

କ୍ଷୁଦ୍ର କ୍ଷୁଦ୍ର ବାଟା ନବା ଆଦରେଇ, 

ତେବେ ରହିବ ଚିଲିକା ସୁନ୍ଦର ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy