Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sumitra Nayak

Abstract Classics Fantasy

4.0  

Sumitra Nayak

Abstract Classics Fantasy

ପ୍ରଦୋଷ ପ୍ରାଙ୍ଗଣେ

ପ୍ରଦୋଷ ପ୍ରାଙ୍ଗଣେ

1 min
442



ପଲ୍ଲୀ ଅପରାହ୍ନ              ରଶ୍ମି ଯେ ସୁବର୍ଣ୍ଣ

         ଚୌଦିଗେ ସିଞ୍ଚି ପଢିଛି ,

ଧିରେ ଯେ ତପନ            ବିଦାୟ ପ୍ରସ୍ତୁତି

         ପଲ୍ଲୀରେ ସୁନ୍ଦର ଭରିଛି...।।

ବିଦ୍ୟା ସାରି ପିଲେ            ଫେରନ୍ତି ଆନନ୍ଦେ

          ସର୍ବେ ଗୃହ ମୁଖ ହୋଇ '

ଚଞ୍ଚଳତା ପୂର୍ଣ୍ଣ                  ଉଲ୍ଲାସକ ମନ

        ଅସ୍ଥିର ଚିତ୍ତରେ ଧାଇଁ.... ।।

ଖେଳ ପାଇଁ ମନ           ହେଲାଣି ଅଧିର

        ବେଳ ଉଚ୍ଛୁର ଯେ ନୋହୁଁ '

ଆସ ସାଙ୍ଗ ମୋର          ଖେଳିବା ଯେ ଖେଳ

        ନାନା ବିଧ ଖେଳ ତହୁଁ...।।

ଘଡିଏ ଖେଳିଣ              ସର୍ବେ ପିଲା ଗଣ

          ନିଜସ୍ଵ ବସାକୁ ବେଗି '

ପଶ୍ଚିମ ଆକାଶ              ପର୍ବତ ର ଶୀର୍ଷେ

          ସିନ୍ଦୂରି ସୂରୁଜ ଦେଖି.... ।।

ଖଗ ଗୁଚ୍ଛ ଗୁଚ୍ଛ             ବସା କୁ ଫେରନ୍ତି

          ପ୍ରଦୋଷ ର ଆଗମନେ '

ସିନ୍ଦୁରି ସୂରୁଜ              ଧିରେ ଧିରେ କରି

         ଲୁଚେ ପର୍ବତର କୋଣେ.... ।।

ଚଷା ଭାଇ ମୋର              ମୁଣ୍ଡରେ ପଗଡି

            ହସ୍ତେ ଚଷା ଅସ୍ତ୍ର ଧରି  '

ଫେରନ୍ତି ପ୍ରଦୋଷେ            ଘର ମୁହାଁ ହୋଇ

           କେତେ ପରିଶ୍ରମ କରି ..... ।।

ନବ ବଧୂ ପୁଣି              ଦୀପ୍ତଟିଏ ଆଣି

            ବୃନ୍ଦାବତୀ ପାଶେ ଥୋଇ '

ମୁଣ୍ଡିଆଟେ ମାରି            ପ୍ରାର୍ଥନା ଯେ କରି

           ଶୁଭାକାଂକ୍ଷୀ ଯେ ସେହି.... ।।

ଗୋରୁ ମାଳ ମାଳ              ଧୂଳି ଉଡାଇଣ

              ଗାଆଁ ଦାଣ୍ଡେ ଠୁଳ ହୋଇ. '

ହମ୍ବାରଡ଼ି କରି                 ବାହୁଡନ୍ତି ସେହି

            ସନ୍ଧ୍ୟାର ଗମନ ପାଇଁ.... ।।

ପୂରୁବ ଆକାଶେ            ଯହ୍ନ ପୁନଃ ଦିଶେ 

              ଉଦୟର ରଶ୍ମି ଆଣି '

ସନ୍ଧ୍ୟା ତାରା ପୁଣି           ହସି ହସି କରି

            ସ୍ୱାଗତର ପୁଷ୍ପ ଢାଳି.... ।।

ବିଞ୍ଚି ହୋଇ ପଡେ             ତାରକା ଭଣ୍ଡାର

              ଅମ୍ବର ବକ୍ଷକୁ ଚିରି '

ମିଞ୍ଜି ମିଞ୍ଜି ହୋଇ             ବାଦଲ ସଙ୍ଗରେ

            ଲୁଚକାଳି କ୍ରୀଡା କରି...।।

ପ୍ରଦୋଷ ପ୍ରାଙ୍ଗଣେ              ପ୍ରକୃତି ବଖାଣେ

             କେତେ ନବ କାର୍ଯ୍ୟ ମାନ '

ସରବେ ଉତ୍ସୁକ                 ମନେ ଶାନ୍ତ ତାଙ୍କ

            ଶାନ୍ତ ରାତ୍ରେ ବିଦ୍ୟମାନ..... ।।



Rate this content
Log in

Similar oriya poem from Abstract