STORYMIRROR

Pranati Mahapatra

Abstract Inspirational

4  

Pranati Mahapatra

Abstract Inspirational

ପର୍ବପର୍ବାଣୀ

ପର୍ବପର୍ବାଣୀ

1 min
253


ପବିତ୍ର ଧାମ ଏ ଭାରତ ଆମର

 ବାରମାସେ ପାଳୁ ପର୍ବ ,

ଆନନ୍ଦ ଉଲ୍ଲାସ ହସ ଓ ଖୁସିରେ

 ପାଳନ୍ତି ତ ଲୋକ ସର୍ବ।।


ରଜଦୋଳି ଖେଳି ପୋଡ଼ ପିଠା ଖାଉ

କଦଳୀ ପଟୁଆ ପାଦେ,

ପାଣିବୁହା ରଜ ବସୁମତୀ ସ୍ନାନ

ପାଳନ୍ତି ଆମେ ମଉଜେ ।।


ପ୍ରଥମ ପିଲା ପାଇଁ ପ୍ରଥମାଷ୍ଟମୀ

ପିଠା ହଳଦୀ ପତର,

ମାମୁଁ ଆସିଥାନ୍ତି ନୂଆଲୁଗା ଧରି

ଘରେ ଆନନ୍ଦ ଜୁଆର ।।


ନୂଆଧାନ ପାଇଁ ନୂଆଖାଇ ପର୍ବ

 ଆନନ୍ତ ଚଷା ପୁଅର,

ଗୁରୁଜନେ ଲଘୁଜନଙ୍କୁ ଆଶୀଷ

ଖାଦ୍ୟ ଯେ ନାନା ପ୍ରକାର ।।


ରଥରେ ବସନ୍ତି କାଳିଆ ବଳିଆ

ଭଗ୍ନୀ ସୁଭଦ୍ରା ସଙ୍ଗତେ,

ନବଦିନାତ୍ମକ ଯାତ୍ରା କରିଥାନ୍ତି

ଖୁସି ଆନନ୍ଦ ମରତେ ।।


ଜନ୍ମବେଦୀ ଯାଇ ଗୁଣ୍ଡିଚା ମନ୍ଦିରେ

ଲୀଳା ସଂରଚନା କରି,

ଅବଢା ପାଇବା ଆନନ୍ଦ ଲଭିବା

ଲାଗେ ଭକତ ଗହଳି ।।


ଝୁଲଣେ ଝୁଲନ୍ତି ଚାପରେ ଖେଳନ୍ତି

ମାନବୀୟ ଲୀଳା ହୁଏ,

ଦୋଳ ବିମାନେ ବସାଇ ରାଧାକୃଷ୍ଣ

ରଙ୍ଗଖେଳ ହୋଇଥାଏ ।।


କେତେ ଓଷାବ୍ରତ ଆମ ଏ ମାଟିରେ

ହର୍ଷୋଲ୍ଲାସେ ଯେ ପାଳିତ,

ମହାନ ପରମ୍ପରା ଗର୍ବଗୌରବ

ସତରେ ଅବହେଳିତ ।।


Rate this content
Log in

Similar oriya poem from Abstract