STORYMIRROR

Secret Superstar

Classics Inspirational Others

3  

Secret Superstar

Classics Inspirational Others

ପ୍ରଭୁ ତୁମ ବିନା

ପ୍ରଭୁ ତୁମ ବିନା

1 min
146

ଜାଣେନି କେଡେ ସୁନ୍ଦର ଗଢିଥିବା ତୁମର ଦୁନିଆ

       କେଡେ ସୁନ୍ଦର ପ୍ରକୃତି 

      କେଡେ ସୁନ୍ଦର ମଣିଷ 

      କେଡେ ସୁନ୍ଦର ଏ ମୋ ମନ 

    ଦେଖିଛି ତୁମକୁ ଜାଣିଛି ତୁମକୁ 

  ସତ୍ୟ ଶିବ ସୁନ୍ଦର ତୁମେ ତୁମେ ଚିରନ୍ତନ 

    କିଛି ଭଲଲାଗେନା ତୁମ ବିନା 

    ପ୍ରଭୁ ତୁମ ବିନା ପ୍ରଭୁ ତୁମ ବିନା ।

     


କହିବି କିପରି ତୁମଠୁ ସୁନ୍ଦର ଗଢିଥିବା ତୁମ ଦୁନିଆ

ଲାଗେ ସବୁ ସ୍ବାର୍ଥପର ଲାଗେ ଏକା ଏକା ତୁମ ବିନା

   ତୁମ ସତନାମ ବୀଜମନ୍ତ୍ର ଜୀବନର ସୂତ୍ର 

     ବିଶ୍ବାସ ଜାଗେନା ପ୍ରଭୁ ତୁମ ବିନା 

    ସୁନ୍ଦର ନୁହଁଇ କେବେ ସନ୍ଦେହୀ ଦୁନିଆ    

କହିବି କିପରି ତୁମଠୁ ସୁନ୍ଦର ତୁମ ଦୁନିଆ ତୁମ ବିନା  

     ପ୍ରଭୁ ତୁମ ବିନା ପ୍ରଭୁ ତୁମ ବିନା।


ତୁମେ ମୋ ହୃଦୟ ହେ ପରମପ୍ରିୟ 

କହିବି କିପରି ହୃଦୟଠୁ ସୁନ୍ଦର ଗଢିଥିବା ତୁମ ମନ 

ତୁମ ବିନା ଅସ୍ଥିର ମୋ ମନ ତା ନିଜ

ଚଞ୍ଚଳତା ନିଜ ଦୁଃଖର କାରଣ  

   ନିଷ୍ଠାନୁରକ୍ତି ଆଚାର୍ଯ୍ଯଙ୍କ ପ୍ରତିମନ ପାଇଁ ଏକାଗ୍ରତା ଶକ୍ତି 

      ନିଷ୍ଠା ଜାଗେନା ପ୍ରଭୁ ତୁମ ବିନା 

      କେବେ ସୁନ୍ଦର ନୁହଁଇ ମନ ଏକାଗ୍ର ବିନା 

କହିବି କିପରି ତୁମଠୁ ସୁନ୍ଦର ତୁମ ଗଢା ମନ ତୁମ ବିନା  

     ପ୍ରଭୁ ତୁମ ବିନା ପ୍ରଭୁ ତୁମ ବିନା।


     ଏତିକି ବିନତୀ ବିଭୁ ତୁମ ପାଶେ ନୀତି 

    ଦୁନିଆ ରେ ଥାଉ ଚିର ଅମର ତୁମ ସ୍ମୃତି 

    ସଦା ମୋ ମନେ ଥାଉ ଆଚାର୍ଯ୍ଯାନୁରକ୍ତି 

 ବିଶ୍ବାସ ଜାଗେନା ନିଷ୍ଠା ଆସେନା ପ୍ରଭୁ ତୁମ ବିନା

     ତୁମେ ଅପରୂପ ଶାନ୍ତିସ୍ବରୁପ 

   ସୁନ୍ଦର ନୁହଁଇ କିଛି ଶାନ୍ତି ବିନା  

କହିବି କିପରି ତୁମଠୁ ସୁନ୍ଦର ତୁମ ଦୁନିଆ ତୁମ ବିନା

କହିବି କିପରି ତୁମଠୁ ସୁନ୍ଦର ତୁମ ଗଢା ମନ ତୁମ ବିନା 

    ପ୍ରଭୁ ତୁମ ବିନା ପ୍ରଭୁ ତୁମ ବିନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics