ପ୍ରଭୁ ଅଲାରନାଥ
ପ୍ରଭୁ ଅଲାରନାଥ
(ତୁହି ମା ଜନମ ଭୂମି .......ବୃତ୍ତେ)
ଶଙ୍ଖକ୍ଷେତ୍ର ସନ୍ନିକଟ ଚିଲିକାହ୍ରଦ ନିକଟ
ବ୍ରହ୍ମଗିରିନାମେ ସ୍ଥାନ ଅତି ପ୍ରସିଦ୍ଧ।
ପବିତ୍ର ସେ କ୍ଷେତ୍ରେ ବିଜେ ଅଲାରନାଥଦେବ ଯେ
ଚତୁର୍ଭୁଜ ନାରାୟଣ ସାକ୍ଷାତ ବ୍ରହ୍ମ
ସେ ଧାମର ମହିମା ଗୁଣ
ଯୋଗୀଜନେ ନ ଜାଣନ୍ତି, ଅତି ମହାନ।
ସ୍ନାନପୂର୍ଣ୍ଣିମାର ଅନ୍ତେ ଅମାବାସ୍ୟା ପରିଜନ୍ତେ
ଜଗନ୍ନାଥଙ୍କ ଦର୍ଶନ ନହୁଏ ଯେବେ
ଅଣସର ଘରେ ଥାନ୍ତି ,ଭକତଙ୍କୁ ନ ଭେଟନ୍ତି
ଭକତବତ୍ସଳ ହରି ଅଲାର ନାମେ
ଅଟନ୍ତି ସେ ଚତୁର୍ଦ୍ଧା ରୂପ
ଦିଅନ୍ତି ଦର୍ଶନ ହରି ସେହି ସ୍ଵରୂପ।
ଶ୍ରୀକ୍ଷେତ୍ର ପୁରୀକୁ ଆସି ଦରଶନ ଅଭିଳାଷୀ
ମହାପ୍ରଭୁଙ୍କ ମନ୍ଦିରେ ପ୍ରବେଶି ଯେବେ
ଜାଣିଲେ ଚୈତନ୍ୟଦେବ ହୋଇଛି ଅନବସର।
ଫେରିଲେ ମହାନ ଭକ୍ତ ଅତି ବିରଷେ।
ସ୍ୱପ୍ନାଦେଶ ହୋଇଲା ତାଙ୍କୁ
ଅଲାରନାଥ ଦେବଙ୍କୁ କରପୂଜା ତୁ।
କରାଞ୍ଜଳିପୁଟ ହୋଇ ପଡ଼ିଲେ ଚରଣେଧ୍ୟାୟୀ
ଦରଶନମାତ୍ରେ ତୃପ୍ତ ହୋଇଲେ ଅତି
ପଡ଼ିଗଲେ ପାଦପଦ୍ମେ, ଭକ୍ତିର ତାପ ଶରୀରେ
ତରଳିଲା ମନ୍ଦିରର ପ୍ରାଙ୍ଗଣ ଯହିଁ।
ଅଛି ସେ ସ୍ଥାନରେ ଚିହ୍ନିତ।
ଭକ୍ତର ଭାବରେ ବନ୍ଧା ଭାଵଗ୍ରାହୀ ତ।
ଅଛି ଯାହା ଲୋକମତେ ପୂଜକ ବ୍ରାହ୍ମଣସେଥେ
ସେବୁଥିଲେ ଶ୍ରୀ ଚରଣେ ସପରିବାର।
ଏକଦା ସେଇ ବ୍ରାହ୍ମଣ ଯାଇଥିଲେଦୂର ଗ୍ରାମ
ପୁତ୍ରକୁ ତାଙ୍କର ଦେଇ ଥିଲେ ବୁଝାଇ
ଫେରିବା ବିଳମ୍ବ ମୋ ହେଲେ
ଲଗାଇ ଦେବୁ ପ୍ରସାଦ ପ୍ରଭୁଙ୍କୁ ଭଲେ
r>
ପିତାଙ୍କ ବିଳମ୍ବ ଦେଖି ପୁତ୍ର ମନେ ମନେ ଚିନ୍ତି
ଖିରି ନେଇ ପହଁଞ୍ଚିଲେ ପ୍ରଭୁଙ୍କ ପାଶେ।
ମନ୍ତ୍ର ବିଧି ନଜାଣଇ ଅବୋଧ ବାଳକ ସେଇ
ହାତ ଯୋଡ଼ିକହେ ପ୍ରଭୁ ଭୁଞ୍ଜ ହେ ବସି
ଜାଣିନି ମୁଁ ପୂଜା ବିଧିଟି
ବିଳମ୍ବ ହେଲେ ତୁମକୁ ଭୋକ ହେବଟି।
ତାର ସେ ସରଳ ଉକ୍ତି ନିଶ୍ଚଳା ନିରୁତା ଭକ୍ତି
କରିଥିଲା ପ୍ରଭୁଙ୍କର ହୃଦୟ ସ୍ପର୍ଶ
ସିଂହାସନ ତେଜି ପ୍ରଭୁ ଆସି ଭୁଞ୍ଜିଥିଲେ ହସ୍ତୁ
ଭକ୍ତିରେ ପ୍ରସନ୍ନ ହେଲେ ସେ ମହାବାହୁ।
ପିତା ତାର ଶୁଣି ବଚନ
ବିଶ୍ୱାସ ନ କଲେ କାହିଁ ପୁତ୍ର କଥନ।
ପରୀକ୍ଷା କରିବା ଲାଗିମନରେ ଉପାୟ ପାଞ୍ଚି
ପୁନର୍ବାର ପୁତ୍ରକୁ ଯେ ପ୍ରସାଦ ଦେଇ
ପଠାଇଲେ ପ୍ରଭୁପାଶେ ବିଶ୍ୱାସ ମନେ ନ ଆସେ
କି କରଇ ପ୍ରସାଦକୁ ଦେଖିବି ଯାଇ
ସେହି ପରି ପୁତ୍ର ଡାକିଲା
ଆସ ପ୍ରଭୁ ଭୁଞ୍ଜିବସ ବେଳ ଗଡିଲା।
ଭକ୍ତର ଡାକରେ ପ୍ରଭୁ ଓହ୍ଲାଇ ସିଂହାସନରୁ
ଆନନ୍ଦ ମନରେ ଖିରି ଖାଇଲେ ବସି।
ଏ ସମୟେ ସେ ବ୍ରାହ୍ମଣ ଉପସ୍ଥିତ ହେଲା କ୍ଷଣ
ଜାଣି ଦେଲେ ମହାପ୍ରଭୁ ତେଜିଲେ ସ୍ଥାନ
ଢାଳିଲା ଯେ ଖିରି ବକ୍ଷରେ
ଫୋଟକା ହୋଇଲା ହସ୍ତ ,ଓଷ୍ଠ ଛାତିରେ
ଅଲାରନାଥ ମହିମା ,ପ୍ରତ୍ୟେକ୍ଷ ଦେଖିଲାସିନା
ଜାଣିଲା ପୁତ୍ର ତାହାର କହିଛି ସତ୍ୟ।
ଭଗବାନଙ୍କୁ ଦର୍ଶନ କରି ହେଲା ଧନ୍ୟ ଧନ୍ୟ
ପ୍ରସିଦ୍ଧ ହେଲା ସେଠାରେ ଖିରି ପ୍ରସାଦ।
ଦେଲେ ତାକୁ ଅଭୟ ବର
ଯୁଗେ ଯୁଗେ ରହିଗଲା ନାମ ଭକ୍ତର।