STORYMIRROR

Gargi Mishra

Classics Fantasy Inspirational

4  

Gargi Mishra

Classics Fantasy Inspirational

ପ୍ରଭଞ୍ଜନ ଦୁଃଖଭଞ୍ଜନ

ପ୍ରଭଞ୍ଜନ ଦୁଃଖଭଞ୍ଜନ

1 min
342

 ନମୋମରୁତଦେବ ବିଦିତ ସର୍ବଜନ 

ନିଦାନ କରହେ ପ୍ରଭୁ ନିଦାଘ ଜ୍ୱଳନ।


ସର୍ବବ୍ୟାପୀ ପ୍ରାଭୁ ହେ ଦୁଃଖଭଞ୍ଜନ

ତୁମବିନୁ ଆରତଜନଙ୍କ କ୍ରନ୍ଦନ।


ରୌଦ୍ରତାପେ ତୁମେପରା ଅଟ ଅଗ୍ନିଶମ

ଧରାପୃଷ୍ଠେ ସ୍ନିଗ୍ଧ ଶୀତଳତା ଭରିଆଣ।


ଶ୍ରୀହନୁମାନ ସ୍ୱୟଂ ତୁମରି ନନ୍ଦନ 

ଯେ ଭକ୍ତିଚିତ୍ତେ ତାଙ୍କ କରଇ ବନ୍ଦନ।


ସବୁ ମନୋବାଞ୍ଛା ପୁରାକରନ୍ତି ସମ୍ପନ୍ନ 

ଏ ସଂସାର ଗାଏ ତୁମରି ଭଜନ ।


ଅନିଳ,ସମର,ନାମେ ତୁମ୍ଭେ ବିଦ୍ୟମାନ

ପ୍ରବାତ, ମରୁତ, ବାତ ତୁମ୍ଭଙ୍କୁ ନମନ।


ପ୍ରଗତୀର ନାମେ କାହିଁ କରୁ ପ୍ରହସନ

ବାତ୍ୟା,ଚକ୍ରବାତେ କରୁ ତୁମର ଦୂର୍ନାମ ।


ଏ ବାୟୁମଣ୍ଡଳକରି ନିଜେ ପ୍ରଦୂଷଣ

ଜାଣି କରିଅଛେ ପରା ଅନର୍ଥ ଅର୍ଜନ।


ଏବେଠୁ କରିଚାଲିଲେ ବୃକ୍ଷରୋପଣ 

ବିପର୍ଯୟ ଟଳି ହେବ ସୃଷ୍ଟି ଉଦ୍ଧାରଣ ।


ମହାନ ଆର୍ଯ୍ୟସଂସ୍କୃତିର ଉଦାହରଣ

ପ୍ରକୃତିକୁ ଦେବା ଆମେ ଯଥାର୍ଥ ସମ୍ମାନ।


ଆୟୁବୃଦ୍ଧି କରେ ଶୁଦ୍ଧବାୟୁର ସେବନ 

କରହେ ପ୍ରଭଞ୍ଜନ ମୋ ଦୁଃଖଭଞ୍ଜନ ।


Rate this content
Log in

Similar oriya poem from Classics