ପ୍ରଭାତୀ ତାରା
ପ୍ରଭାତୀ ତାରା


ପ୍ରାଚୀ ମୂଳେ ତୁମେ ଯେବେ ଉଇଁ ଆସ
ଫଗୁଣ ଫଗୁଣ ବାସେ
କମଳ ବଦନୀ ଦୂର ଦିିଗନ୍ତରେ
ତୁମ ପ୍ରତିଛବି ହସେ ।
ପ୍ରଗାଢ ସ୍ମୃତିର ଭାବନାରେ ଭାସି
ଲେଖନୀ ଧରିଛି ହାତେ
କେବେ ଲୁହ ନୀରେ କେବେ ଲହୁ ନୀରେ
କେବେ କବିିିତାର ଗୀତେ ।
ଅଳୀକ ନୁହେଁ ଏ ସ୍ମୃତି ତାରା ଗୁଚ୍ଛ
ବିଚ୍ଛେଦେ ପାଉଛି ପୀଡ଼
ତୁମେ ପରା ମୋର ବାଂଛାକଳ୍ପ ତରୁ
ହୃଦୟେ କରୁଛ କ୍ରୀଡା ।
କନକ ବଲ୍ଲରୀ ତନୁ ଜଡ଼ି ଧରି
ସେଥିରେ ଭରିିଛ ସ୍ନେହ
ସ୍ମୃତି ସିଲଟରେ ମାଡି ମାଡ଼ି ଚାଲ
ଶୁଣ କି ବିରହ କୋହ ?
ଆର୍ତ୍ତେ ଭ୍ରମୁୁ ଥାଇ ଏଣେ ତେଣେ ମନ
ନପାଇ ତୁମକୁ ପାଶେ
ସତେ ରଣ କ୍ଷେତ୍ରେ ଶତୃ ସଙ୍ଗେ ଯୁଝେ
ବରଷ ପରେ ବରଷେ ।
ଲୋକଲଜ୍ୟା ଭୟେ କହି ପାରେ ନାହିଁ
ନିରୋଳା ରେ ବସି କାନ୍ଦେ
ସ୍ମୃତି ଘରେ ତୁୁୁମେ ପ୍ରଥମ ନାୟିକା
ପ୍ରେମ ହୋଇଛି କି ବୋଧେ ?
ସ୍ରାବି ନେତ୍ର ଜଳ କରାଏ ବ୍ୟାକୁଳ
ଧର୍ଯ୍ୟ ମୋ ଯାଉଛି ଭାଙ୍ଗି
ତୁମ ପ୍ରତି ମୋର ଅନୁୁୁରାଗ ବଢ଼ି
ସ୍ମୃତିକୁ ଦେଇଛି ରଙ୍ଗି ।
ତୁମେ ମୋ ମଇନା ମୁୁଁ ତୁମ ପଞ୍ଜୁରୀ
ପଡୁ ଥିବା ପ୍ରେମ ପାଠ
ଲୋଡା ନାହିଁ ଆମ ଦେବ ମନ୍ତ୍ର ଯଜ୍ଞ
ଏ ପରା ପିରତି ମଠ ।