ପ୍ରଭାତ ବର୍ଣ୍ଣନା
ପ୍ରଭାତ ବର୍ଣ୍ଣନା
ପୁର୍ବ ଦିଗରୁ ଉଠିଲେ ରବି,
କି ମନୋହର ଲଳିତ ଛବି
ଆକାଶ ପିନ୍ଧିଛି ପାଟ ଓଢଣୀ
ସତେକି ତରୁଣୀ ନୂଆ ଘରଣୀ ।
କାକ ଓ କୋକିଳ ରାବ ଦେଲେଣି,
ପ୍ରଭାତ ସମୟ ପହଞ୍ଚିଲାଣି
ଅନ୍ଧକାର ରୂପ ଗଲାଣି ଦୂର
ପ୍ରଭାତ ସମୟ କି ମନୋହର ।
ପକ୍ଷୀ ମନେ ଗଲେ ଆହାର ପାଇଁ,
ଚାଷୀ ମାନେ ଗଲେ କ୍ଷେତ କୁ ଧାଇଁ
ଫୁଲର ସୁଗନ୍ଧ ବିଛୁରିତ କରି
ପ୍ରଜାପତି କୁ ଆଣୁଛି ଟାଣି ।
ଗାଁ ମନ୍ଦିରରେ ଘଣ୍ଟି ଘଣ୍ଟା ଶବଦ୍
ଗାଁ ମୁଖ ହୁଏ ମୁଖରିତ
ନଦୀ ତୁଠ ପୁଣି ହେଲାଣି ଭିଡ଼,
ସବୁ ଆଡେ ହୁଏ ଜନ କୋଳାହଳ ।
