STORYMIRROR

Kali Kumar

Tragedy Others

3  

Kali Kumar

Tragedy Others

ପ୍ରବାସୀ ପ୍ରେମ

ପ୍ରବାସୀ ପ୍ରେମ

1 min
276

ଗାଁ ପୋଖରୀରେ ମାଛ ଚବଚବ

ମାଛରଙ୍କା କରିଅଛି ଦେଖ ଆଁ

ପଲ୍ଲୀ ପୁରରେ ଗହଳି ଚହଳି

ସହର ରାଜରାସ୍ତା ଯେ ଖାଁ ଖାଁ ।।

ସହରୀ ଢାଞ୍ଚାରେ ବଞ୍ଚିବ ବୋଲିକା

ପ୍ରବାସୀର ନେଇ ନାଁ,

ଧାଉଁଥିଲା ଯିଏ ଦିନ ରାତି, ପୁଣି

ସହରଟା ଆଜି

ଗନ୍ଧଉଛି ତାକୁ କିଆଁ !

ଆରେ ମାଉସୀଟା ଯେତେ ନିଜର ହେଲେ ବି

ସେ ହୋଇକି ପାରିବ ମା'

ମୋଡର୍ଣ୍ଣ ଗୀତଟା କାନକୁ ସରାଗ

ମନକୁ, ଜେଜେମା' ର ନାନାବାୟା ଗୀତ

ଜହ୍ନ ମାମୁଁ ତୁ ଆ, ଜହ୍ନ ମାମୁଁ ତୁ ଆ ।

ଶୀତତାପ ନିୟନ୍ତ୍ରିତ ଘରେ ସେ ମଜା କାହିଁ

ଯାହା ଦିଏ ,

ବୋଉ ଚୁଲି ପାଖ କାଠଅଙ୍ଗାର ନିଆଁ

ଭୋକିଲା ପେଟକୁ,

ବାସି ପଖାଳ ସଙ୍ଗେ ଶୁଖୁଆ ଭଜା

ଯେତେ ତୁ ଖାଉଛୁ ଖା, ଯେତେ ତୁ ଖାଉଛୁ ଖା ।।

ଗୁଲି ଖଟି ଖେଳ, ସାଙ୍ଗ ସାଥି ମେଳ

ନଈ ପୋଖରୀରେ ଚିତ୍ ପହଁରା, ଡିଆଁ

ଗୋଧୂଳି ବେଳରେ ହମ୍ବା ହମ୍ବା ରଢ଼ି

କୁନି ପିଲାର କାନ୍ଦ କୁଆଁ କୁଆଁ

କୁନି ପିଲାର କାନ୍ଦ କୁଆଁ କୁଆଁ !

କହ ! ଏସବୁ ସହରେ କେଉଁଠୁ ପାଇବୁ

କ୍ଲୋବ୍ ଆଉ ରେଷ୍ଟୁରାଣ୍ଟ୍ ର ଉଚ୍ଚ ଡିଜେ ରେ

ଧଙ୍କେଇ ଧଙ୍କେଇ କାନ୍ଦିବୁ, ଧଙ୍କେଇ ଧଙ୍କେଇ କାନ୍ଦିବୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy