STORYMIRROR

Alaka Nanda

Inspirational

3  

Alaka Nanda

Inspirational

ପର୍ବ ପର୍ବାଣୀ

ପର୍ବ ପର୍ବାଣୀ

1 min
152

ବାର ମାସେ ଆମ ତେର ପରବ,

ଆମରି ଆନନ୍ଦ ଆମ ବୈବଭ।


ବୈଶାଖ ମାସରେ ବିଷୁବ ମିଳନ,

ପଣା ପିଇ ହୁଏ ହର୍ଷ ମନ।


ଚଇତିପର୍ବ ତାରିଣୀ ମା'ର,

ସବୁ ଆଡେ ଲାଗେ ବଡ ବଜାର।


ଅକ୍ଷୟ ତୃତୀୟା,ଚନ୍ଦନ ଯାତ୍ରା,

ଜ୍ୟେଷ୍ଠେ ସାବିତ୍ରୀ ପୂଜା ଓଡିଶା ସାରା।


ରଜ ଦୋଳି ଖେଳ କେଡେ ମଉଜ, 

କୁଆଁରୀ ହୁଅନ୍ତି ଯେ ସଜବାଜ।


ଆଷାଢ଼େ ରଥ ରେ ଭାଇ ଭଉଣୀ,

ବାହୁଡନ୍ତି ମାଉସୀ ଘରକୁ ଯାଇ।


ଗହ୍ମା ପୁନେଇ ଶ୍ରାବଣ ମାସରେ 

ଭଉଣୀ ବାନ୍ଧେ ରାକ୍ଷୀ ଭାଇ ହାତରେ।


କୃଷ୍ଣ ଜନ୍ମ ଜନ୍ମାଷ୍ଟମୀ ଦିନରେ,

ପାଳନ ହୁଏ ସାରା ଓଡିଶାରେ।


ବାଲିତୃତୀୟା,ଓ ଖୁଦୁରୁକୁଣି, 

ଗଣେଶ ପୂଜ ଭାଦ୍ରବ ର ବଡ ପର୍ବାଣୀ।


ଆଶ୍ୱିନେ ମହାଳୟା ଓ ଦୁର୍ଗା ପୂଜା,

କୁଆଁର ପୁନେଇ ର କି ମଜା।


କାର୍ତ୍ତିକ ମାସର ହବିଷ ବଢା,

ବାଲି ଯାତ୍ର ର କି ସୁନ୍ଦର ମେଳା।


ଗୋବର୍ଦ୍ଧନ ପୂଜା ଓ ଦୀପାବଳୀ ,

ସଜାନ୍ତି ଘର ମୁରୁଜ କରି।


ମାର୍ଗଶିର ମାସ ଝୋଟି ଚିତାରେ,

ଲକ୍ଷ୍ମୀପୁରାଣ ଶୁଭେ ଚାରିଆଡେ।


ପ୍ରଥମାଷ୍ଟମୀର ହଳଦୀ ପତର, 

ପିଠା ଭୋଗ ଖାଆନ୍ତି ଭାସ୍କର। 


ପୁଷ ମାସେ ଆସେଧନୁ ସଂକ୍ରାନ୍ତି ,

ଧନୁମୁଆଁ ଖାଇ ଯାତ୍ର ଦେଖନ୍ତି।


ମାଘ ମାସେ ମା ସରସ୍ଵତୀ,

ଜାଗରେ ଶିବ ପୂଜା ପାଆନ୍ତି। 


ଫଗୁଣ ମାସରେ ଆସଇ ଦୋଳ,

ଘରେଘରେ ହୁଏ ରଂଗ ର ଖେଳ।


ନବରାତ୍ର ଆସେ ଚୈତ୍ର ମାସରେ,

ରାମଜନ୍ମ ପାଳନ୍ତି କି ଆଡମ୍ବରେ। 


 ପର୍ବ ପର୍ବାଣୀ,ଯେତେ ଆମର,

ଶିକ୍ଷା ଦିଏ ପୁରାଣ ଓ ଇତିହାସ ର।


ଓଡିଶାର ଭଳି ରାଇଜ ନାହିଁ,

ଆମେ ଭାଗ୍ୟବାନ ଓଡିଆ ହେଇ।


 




Rate this content
Log in

Similar oriya poem from Inspirational