ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ସବୁ ଭୂଲ ର ପ୍ରାୟଶ୍ଚିତ
ଆଜି ମୁଁ କରୁଛି
ତୁମ ପାଇଁ ଆଜି କାଠ ଗଡାରେ
ଠିଆ ହୋଇଛି
ତଥାପି ମନ କାହିଁକି କାନ୍ଦୁଛି
ସବୁ ଭୂଲର ତ ପ୍ରାୟଶ୍ଚିତ କରୁଛି ।
ଜୀବନର ପଥେ ତୁମେହିଁ ଚାଲିଛ
ମୋ ଜୀବନ ଥମି ଯାଇଛି
ମୁ ପାରୁନାହିଁ ଅଗ୍ରସର ହୋଇ
ସବୁ ଭୂଲ ର ତ ପ୍ରାୟଶ୍ଚିତ କରୁଛି ।
ପାହାଡ ,ବନଲତା ସବୁ ସାକ୍ଷୀ ଥିଲେ
ଆମ ପ୍ରେମ କାହାଣୀର
ଆଜି ତୁମେ ନାହଁ ମୁଁ ନାହିଁ
ତଥାପି କରୁଛି ପ୍ରାୟଶ୍ଚିତ ନିଜ ଭୂଲର ।
କାହିଁ ଚାଲିଗଲ ସେଦିନ ତୁମେ
ଆଖିରେ ଆଖିଏ ଲୁହ ନେଇ
ମୋତେ ଦେଇଗଲ ଅକୁହା ଯନ୍ତ୍ରଣା
ଆଜିବି କରୁଛି ପ୍ରାୟଶ୍ଚିତ ତୁମ ଲୁହ ପାଇଁ ।
ଥରଟିଏ ଆସି ଦେଖିଯାଅ
ତୁମ ପ୍ରିୟତମ ଆଜିବି ବସିଛି
ଫୁଲର ଗାଲିଚା ଆଜିବି ସଜାଡିଛି
ସବୁ ସେମିତି ରହିଛି
ଖାଲି ମୋ ପ୍ରାୟଶ୍ଚିତ ର ଦିନ ବଢି ଚାଲିଛି ।
