ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ଜୀବନର କିଛି କୁହ ତତ୍ତ୍ଵ
ଜାଣିବାକୁ ଚାହେଁ
ଅଜ୍ଞତାରେ ହେଉ ପଛେ
ବୁଝିବାକୁ ଚାହେଁ ।
ଉତ୍ସାହ ମୋ ଅକୁହା ବ୍ୟଥାର
ପ୍ରତିଟି ମର୍ମରେ ଶୁଭେ
କାୟ ମନେ ଚାହିଁବି,
ହେଉ ଶୁଭ ପ୍ରତିକ୍ଷଣ
ନ ହେଉ ପାପ କି
ଅନ୍ୟାୟର ତଉଲାରେ
ନ ପଡେ ମୁଁ ଭାରି ।
ଦୁଃଖେ ଅବା ବିପଦରେ
ବ୍ଯଥିତର ଅନ୍ତଃ ସ୍ରୋତେ
ମୁଣ୍ଡ ପୋତି ପଥ କାଟି
ବିବେକର ତାଡ଼ନାରେ
ଆପଣାର ନିନ୍ଦା
ଅଣଚାଶ ପବନ ପରାୟେ ।
ମୁଁ ମଣିଷଟେ ...
ଭୁଲ୍ ତ ସ୍ଵାଭାବିକ
କାଦୁଅ ନ ଛାଟ ଆଉ
ସମର୍ପିଛି ଆପଣାକୁ
ଫେରିବାର ବାଟ ବତାଇ
ଦିଅ ନିର୍ବାଣ ଏ ହନ୍ତସନ୍ତୁ ।
ସମୟର ସଂଖ୍ୟା ପରେ
ଅଜଣା ବି ହୋଇପାର
ପାଶୋରି ବି ଯାଇପାର
କିନ୍ତୁ ହେବ କି ବିସ୍ମୃତି !
ମୁଁ ତୟାର୍ ...
ମୋ କର୍ମର ଶାସ୍ତି ଦିଅ
ତୁମ ଶବ୍ଦର ନିହଣ ମୁନରେ
ଲିପି ପରେ ଲିପି ଖୋଦି ଦିଅ ।
କିନ୍ତୁ ... ସାଲିସ କରନା
ମୁଁ ବି କରୁନି ... ପ୍ରାୟଶ୍ଚିତ କରିବାକୁ
ଥରୁଟିଏ ଅବସର ଦିଅ ।
