STORYMIRROR

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
225

କରିଥିଲେ ପାପ କୋଉ ଜନମରେ

     ପ୍ରାୟଶ୍ଚିତ ଲୋଡା ହୁଏ

ତଥାପି କାହିଁକି ପାପୀ ମାନେ ପୁଣି

      ମାନବ ଜନମ ପାଏ ।।

ବିଗତ ଜନମେ ହୋଇଥିଲା ଯାହା

     ବେଶୀ ପାପ କମ୍ ପୂଣ୍ୟ

ପ୍ରାୟଶ୍ଚିତ ବଳେ ଏଇ ଜନମରେ

   ହୋଇଗଲା ପ୍ରାୟ ଶୂନ୍ୟ ।।

ପାପର ଶୁଡଙ୍ଗେ ଘାଣ୍ଟି ହେଉଥିଲି

    ପାଉଥିଲି ଯେ ଯାତନା

ପଥହୁଡା ହୋଇ ଭୋଗୁଥିଲି ପରା

     ନିଜ ବିରହ ବେଦନା ।।

ପୁଣ୍ୟାତ୍ମା ପାଖରେ ସମର୍ପିତ ମନେ

     ଭୁଲ କରିଲେ ସ୍ବିକାର

ନିଜ ପାଖୁ ଯେତେ କୁକର୍ମ ଦୂରେଇ

     ମିଳଇ ଶାନ୍ତି ଅପାର ।।

ଅରିଜିଲେ ପୁଣ୍ୟ ପ୍ରାୟଶ୍ଚିତ ପରେ

       ହୁଅଇ ଶୁଭ ମିଳନ

ପ୍ରେମ ରଙ୍ଗ ଦିଶେ ଭାରି ତ ସୁନ୍ଦର

    ପୀଡା ହୁଏ ମୂଲ୍ୟହୀନ ।।

ପ୍ରାୟଶ୍ଚିତ ଲଭି ମାନବେ ମଣନ୍ତି

     ନିଜକୁ ଯେ ମୂଲ୍ୟବାନ

ନହେଲେ ଜୀବନ ନର୍କଗାମୀ ହୁଏ

     ଲାଗିଥାଏ ହୀନିମାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational