STORYMIRROR

Banasmita Panda

Tragedy

4  

Banasmita Panda

Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
205


ହଁ ତୁମେ ଚାଲିଗଲ 

ଛାଡ଼ିଗଲ ମୋତେ ପ୍ରାୟଶ୍ଚିତର ଅଗ୍ନି କୁଣ୍ଡରେ 

ସମୟର ସୁଅରେ ଆମେ ଭାସି ଚାଲିଥିଲେ 

କେବେ ତୁମେ ପଛରେ ଅଟକି ଗଲ 

ମୋ ଅଜାଣତରେ ।

ସୁନାର ସଂସାରର ସ୍ବପ୍ନ ଦେଖାଇଥିଲ 

କିନ୍ତୁ ହଜିଗଲି ମୁଁ ସମୟର କରାଳ ସୁଅରେ 

ତୁମେ ପ୍ରତିଟି ଘଡି ମୋ ସାଥେ ଥିଲ 

ମୁଁ ଯେ ଗଣୁଥିଲି 

ସେ ଉଚ୍ଚ ଆଶାମୟ ସ୍ବପ୍ନଭରା ଦୁନିଆରେ 

ରାତି ପରେ ଦିନ 

ଋତୁ ପରେ ବର୍ଷ ।

ତୁମ ହାତ ଏବଂ ହୃଦୟ ଥିଲା ମୋ ପାଖେ ପାଖେ 

ମୁଁ ବୁଝି ପାରିଲିନି ସେ ନିସ୍ଵାର୍ଥ ପ୍ରେମ 

ଆଖି ମୁଦି ହୋଇ ଯାଇଥିଲା ମୋର 

ସେ ଲୋଭ, ମୋହ, ମାୟା ଭିତରେ 

ଭାସି ଯାଇଥିଲା ସେ ବିଶ୍ୱାସ 

ରହିଯାଇଥିଲି ମୁଁ ଏକଲା 

ବିରହର ବେଦନାକୁ ମୁଁ ଏକାନ୍ତ 

ଖୋଜୁଥିଲି ତୁମକୁ 

କହିବାକୁ ରହିଗଲା ଅନେକ କଥା 

କେବେ ନ ଶୁଣିବାର ତୁମକୁ ପ୍ରାୟଶ୍ଚିତ 

ଘାଣ୍ଟି, ଚକଡ଼ି ଦେଉଥିଲା ମୋ ହୃଦୟକୁ 

ସ୍ମୃତିର ମୁଠା ମୁଠା ପାଉଁଶ 

ବୋଳି ଦେଉଥିଲା ଅସଂଖ୍ୟ କୋହ 

ମୋ ମୁହଁରେ 

ମୁଁ ଖାଲି ନିଶବ୍ଦ, ନିସ୍ତେଜ 

ଆଞ୍ଜୁଳା ରେ ମୋର କୋହ ଭରା 

ଅନେକ ସ୍ମୃତି 

ଏବଂ ପ୍ରାୟଶ୍ଚିତରେ ଓହଳି ପଡିଥିବା 

ଅହଂକାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy