STORYMIRROR

Keshab Chandra Dash

Classics Fantasy Others

4  

Keshab Chandra Dash

Classics Fantasy Others

ପ୍ରାତଃ ବନ୍ଦନା

ପ୍ରାତଃ ବନ୍ଦନା

1 min
388


ପ୍ରାତଃ ବନ୍ଦନାରେ ସ୍ମରଣ କରୁଛି

ଆହେ ପ୍ରଭୁ ଗୋଳକବିହାରି

ନୁହେଁ ସାଲବେଗ, ଦାସିଆ ବାଉରୀ

ନୁହେଁ ଭକ୍ତ ତାଙ୍କ ସଙ୍ଗେ ସରି।


ନ ମାଗିଲେ ମଧ୍ଯ ସବୁ ତ ଦେଇଛ, 

ଏ ଅଧମକୁ କୃପା କରି, 

ବିପଦେ ଆପଦେ ପ୍ରତି କ୍ଷଣେ ପ୍ରଭୁ 

ସଙ୍କଟୁ କରିଛ ପାରି। 


ନିଜ ସ୍ୱାର୍ଥ ଚିନ୍ତା କରିକି ପ୍ରଭୁ ହେ, 

କାହିଁକି ମାଗିବି ହରି, 

ସକଳ ପ୍ରାଣୀଙ୍କୁ ଉଦ୍ଧରିବା ପାଇଁ, 

ନାମ ଯେ ବିଶ୍ବବିହାରୀ ।


ଭକ୍ତିର ହୃଦୟେ ସଦା ବାସ କରିଥାଅ 

ଏତିକି ମାଗୁଣି ହେ ଗିରିଧାରୀ ,

ତୁମରି ଆଶିଷେ ସାରା ସଂସାର ସୁଖୀଥାଉ, 

ପାଦପଦ୍ମେ ମୋ ଗୁହାରି।।



Rate this content
Log in

Similar oriya poem from Classics