ପ୍ରାତଃ ବନ୍ଦନା
ପ୍ରାତଃ ବନ୍ଦନା
ପ୍ରାତଃ ବନ୍ଦନାରେ ସ୍ମରଣ କରୁଛି
ଆହେ ପ୍ରଭୁ ଗୋଳକବିହାରି
ନୁହେଁ ସାଲବେଗ, ଦାସିଆ ବାଉରୀ
ନୁହେଁ ଭକ୍ତ ତାଙ୍କ ସଙ୍ଗେ ସରି।
ନ ମାଗିଲେ ମଧ୍ଯ ସବୁ ତ ଦେଇଛ,
ଏ ଅଧମକୁ କୃପା କରି,
ବିପଦେ ଆପଦେ ପ୍ରତି କ୍ଷଣେ ପ୍ରଭୁ
ସଙ୍କଟୁ କରିଛ ପାରି।
ନିଜ ସ୍ୱାର୍ଥ ଚିନ୍ତା କରିକି ପ୍ରଭୁ ହେ,
କାହିଁକି ମାଗିବି ହରି,
ସକଳ ପ୍ରାଣୀଙ୍କୁ ଉଦ୍ଧରିବା ପାଇଁ,
ନାମ ଯେ ବିଶ୍ବବିହାରୀ ।
ଭକ୍ତିର ହୃଦୟେ ସଦା ବାସ କରିଥାଅ
ଏତିକି ମାଗୁଣି ହେ ଗିରିଧାରୀ ,
ତୁମରି ଆଶିଷେ ସାରା ସଂସାର ସୁଖୀଥାଉ,
ପାଦପଦ୍ମେ ମୋ ଗୁହାରି।।
