STORYMIRROR

Akshaya Dash

Children

4  

Akshaya Dash

Children

ପ୍ରାଶ୍ଚିତ

ପ୍ରାଶ୍ଚିତ

1 min
2

ରାତିରେ ଥରେ ପାରା ଭାଡ଼ିରେ

ଶୁଭିଲା ଖଡ଼ଖଡ଼,

ବିଲେଇ ପଶି ଝାମ୍ପଇ ପାରା 

ଲାଞ୍ଜ ଫୁଲେଇ ବଡ ।

ଗୋପାଳ ନନା ଚାକର ଅନା

ପୁଷିକୁ ଦେଖେ ଯାଇଁ

ଗୁଲର ମାରି ଗଲାକି ମରି

ମାର୍ଜର ଦୋଷ ପାଇଁ ।

ପ୍ରାଶ୍ଚିତ ପାଇଁ ଆଦିଆ ନନା 

ତାଲିକା ଦେଲେ ଯହିଁ 

ସପ୍ତାକ ପାଇଁ ବ୍ରାହ୍ମଣ ଖାଇ

ହୋମ କରିବ ତହିଁ ।

ଚାକର ଟୋକା କାମୁଡି କୁଟା

 ମାଗିବ ଭିକ ଘରେ,

ଦୋଷୀଟି ପରି ହୋଇଛି ଠିଆ

ଆଖିରୁ ଲୁହ ଝରେ ।

ବିରାଡ଼ି ଉଠି ଧାଉଁଛି ଛୁଟି

ଚାକର ପିଲା ଡାକେ

ଅଦିଆନନା ମୁଣ୍ଡରେ ହାତ

ମାରି ଧାଇଁଲେ ଆଗେ ।।


Rate this content
Log in

Similar oriya poem from Children