STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ପ୍ରାର୍ଥନା

ପ୍ରାର୍ଥନା

1 min
139


ହୃଦୟ ଯନ୍ତ୍ରଣା   ଅସହ୍ୟ କାଳରେ

     ଡାକିଛି ହେ ଚକାଡୋଳା

ଏକି ଦଣ୍ଡ ଦେଲ  ପ୍ରାରବ୍ଧ କାଟୁଛ

     ବୁଝିତ ପାରୁନି ଲୀଳା।

ଡାକ୍ତର କୁଶଳୀ  ହସ୍ତରେ ଦେଖିଛି

    ତୁମ ଛବି ଚକାଡୋଳା

ନୟନୁ ବୁହାଇ   ଦୁଇ ଧାର ଲୁହ

   ଭାବରେ ହୋଇଛି ଭୋଳା।

ତୁମେ ଥିଲ ବୋଲି  ସାହାସ ଜୁଟିଲା

      ମନରେ ଆସିଲା ଦମ୍ଭ

ଯାହା ଲାଗୁଥିଲା   ବଡ ଅସମ୍ଭବ

    କ୍ଷଣିକେ ହେଲା ସମ୍ଭବ।

କୋଠରୀଟି ସାରା ପ୍ରତେ ହେଉଥିଲା

     ସବୁ ଜଗନ୍ନାଥ ମୟ

ବୁଝିଲି ହେ ପ୍ରଭୁ   ତୁମେ ହିଁ ସକଳ

   ଯାତ୍ରାର ଆଲୋକମୟ।

ପଥ ଦର୍ଶାଇଲ  ସୁଯୋଗ ବି ଦେଲ

     ରାହା ଦେଲ ବଞ୍ଚିବାର

ସେତିକି ଦିନତ   ତୁମ ନାମ ନେଇ

     ସମର୍ପିତ ଶ୍ରୀ ପୟର।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics