ପ୍ରାର୍ଥନା
ପ୍ରାର୍ଥନା


ହୃଦୟ ଯନ୍ତ୍ରଣା ଅସହ୍ୟ କାଳରେ
ଡାକିଛି ହେ ଚକାଡୋଳା
ଏକି ଦଣ୍ଡ ଦେଲ ପ୍ରାରବ୍ଧ କାଟୁଛ
ବୁଝିତ ପାରୁନି ଲୀଳା।
ଡାକ୍ତର କୁଶଳୀ ହସ୍ତରେ ଦେଖିଛି
ତୁମ ଛବି ଚକାଡୋଳା
ନୟନୁ ବୁହାଇ ଦୁଇ ଧାର ଲୁହ
ଭାବରେ ହୋଇଛି ଭୋଳା।
ତୁମେ ଥିଲ ବୋଲି ସାହାସ ଜୁଟିଲା
ମନରେ ଆସିଲା ଦମ୍ଭ
ଯାହା ଲାଗୁଥିଲା ବଡ ଅସମ୍ଭବ
କ୍ଷଣିକେ ହେଲା ସମ୍ଭବ।
କୋଠରୀଟି ସାରା ପ୍ରତେ ହେଉଥିଲା
ସବୁ ଜଗନ୍ନାଥ ମୟ
ବୁଝିଲି ହେ ପ୍ରଭୁ ତୁମେ ହିଁ ସକଳ
ଯାତ୍ରାର ଆଲୋକମୟ।
ପଥ ଦର୍ଶାଇଲ ସୁଯୋଗ ବି ଦେଲ
ରାହା ଦେଲ ବଞ୍ଚିବାର
ସେତିକି ଦିନତ ତୁମ ନାମ ନେଇ
ସମର୍ପିତ ଶ୍ରୀ ପୟର।