STORYMIRROR

Mira Biswal

Abstract Classics Others

3  

Mira Biswal

Abstract Classics Others

ପରାଧୀନତାର ସ୍ବର

ପରାଧୀନତାର ସ୍ବର

1 min
171


ପୂଣ୍ୟ ଭୂମିରେ ଜନ୍ମ ଆମର 

      ଆମେ ଅଟୁ ଭାରତୀୟ।

ଭାରତୀୟବୋଲି ର୍ଗବକରୁଆମେ

      ଅହିଂସା ଆମର ଶ୍ରେୟ।


 ଇତିହାସ କହେ ଭାରତ ଆମର 

      ପରାଧୀନ ହୋଇ ଥିଲା।

 ଅହିଂସା ବଳରେ ସ୍ୱାଧୀନତା ପାଇ

        ଗର୍ବ ର ଗାଥା ଗାଉ।


ସ୍ୱାଧୀନ ଭାରତ ନାଗରିକ ବୋଲି

    ଗର୍ବ କରୁ ମନେ ମନେ

ଅଗଷ୍ଟ ପନ୍ଦର ଏହି ଦିନ ଟିକୁ 

    ପାଳୁ ଅତି ଜତନରେ।

 

ଏହି ଦନଟିରେ ସମସ୍ତେ ସ୍ୱାଧିନ

      ଜାତୀୟ ପତାକା ତଳେ। 

ନିଜ କୁ ମୁଁ ଆଜି ପଚାରେ ସତେକି

     ସ୍ୱାଧୀନହୋଇଛୁ ଆମେ? 


ସ୍ୱାଧୀନତା ବୋଲି ଜହାକୁ କହୁଛୁ

    ସେତ ପରାଧୀନତାର ସ୍ୱର।

କାହିଁକି ବି ଆଜି ଝିଅ ଟିଏ ଏଠି

    ଉପେକ୍ଷିତ ସବୁବେଳେ। 


ଝିଅ ଟିଏ ଯାଣି ଭୃଣ ହତ୍ୟା ପାଇଁ 

      ମା ବି ପଛାଏ ନାହିଁ ।

କେଉଁ ସ୍ୱାଧୀନତା ମିଳିଚି ଆମକୁ

  ତାହା ବୁଝିଯମା ହୁଏ ନାହିଁ।

 

ଝିଅ ଟିଏ ଏଠି ଆଜିବି ନିଜକୁ 

    ସୁରକ୍ଷିତ ମାନେ ନାହିଁ।

ସମାଜ ତ ତାକୁ ଘୃଣ୍ଣ ଆଖିରେ 

    ଦେଖେ କହ କାହିଁ ପାଇଁ। 


ସ୍ୱାଧୀନ ଦେଶ ର ନାଗରିକ ବୋଲି 

    ଯେଉଁ ର୍ଗବ ଅଛି ଆମ ଭିତେ

ନିଜକୁ ଥରୁଟେ ପଚାର ସମସ୍ତେ 

 କଣ ସ୍ୱାଧୀନ ପାଇଛେ ଆମେ ?।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract