Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Tragedy

3  

Aparti Charan Sethi

Tragedy

ପୋଢୁଆଁ‌ ହେବେ ବଳିଆ‌ ଆଜି

ପୋଢୁଆଁ‌ ହେବେ ବଳିଆ‌ ଆଜି

1 min
192



ପ୍ରଥମାଷ୍ଟମୀ ଆସିଛି ଆଜି

   ପ୍ରଭୁ ପୋଢୁଆଁ ହେବେ,

ନବୀନ ନୀଳ ବସନେ ନବ

   ଯୌବନ ପ୍ରକାଶିବେ।

ସୌନ୍ଦର୍ଯ୍ଯେ କୋଟି କନ୍ଦର୍ପ ଜିଣି‌

   ହସିବେ କାମପାଳ‌,

ଏଣ୍ଡୁରି, ରସାବଳି,ପୋଟଳି‌

   ପିଠା ହୋଇବ ଠୁଳ।

ପାଟ ପଗଡ଼ି ଭିଡିବେ ପ୍ରଭୁ

   ଗଳେ ତୁଳସୀ ମାଳ,

ବଡ଼ ଭାଇଙ୍କୁ ଦେଖିକି ଜଗା

    ମନଟି‌ ଅସମ୍ଭାଳ।

ଗୋଡ଼ କଚାଡ଼ି କାନ୍ଦୁଛି ଜଗା

   ମା'ଯଶୋମତୀ ପାଖେ,

ସୁଭଦ୍ରା ଗେହ୍ଲି ଚିଡ଼େଇଲାଣି

   ସାନ ଭାଇକୁ‌ କେତେ।

ଏ ସବୁ ଦେଖି ନନ୍ଦରାଜାଟି

   ଯାଇଛି ଗୋପ ହାଟ,

କିଣି ଆଣିବ ନୀଳ,ଲୋହିତ,

   ଓ ପିତାମ୍ଵରୀ ପାଟ।

ବଳିଆ ସହ କାଳିଆ ଆଉ

    ସୁଭଦ୍ରା ମିଶିକରି‌,

ପ୍ରଥମାଷ୍ଟମୀ ପୋଢୁଆଁ ହେବେ

    ଆନନ୍ଦ ଯିବ ପୁରି।

ହଳଦୀ ପତ୍ର ପିଠାର ବାସ

    ଖେଳିବ ଚତୁ଼ର୍ପାଶ୍ଵ

ଝରି ପଡ଼ିବ ଶ୍ରୀ ବଳଦେବ 

    କରୁଣା ଶୁଭାଶିଷ।

ତୁଳସୀ କ୍ଷେତ୍ରେ ରହିଲେ ଯେଣୁ

   ବଳିଆ ଜ୍ୟେଷ୍ଠ ପୁଅ,

ତେଣୁ ସେ ନନ୍ଦ ରଜା ପଠାଏ

   ଅକ୍ରୁର ବେଗେ ଯାଅ।

ଅକ୍ରୁର ଆଣି ପାଟ ବସନୀ

    ପ୍ରଥମାଷ୍ଟମୀ ଭାର‌,

ତୁଳସୀ କ୍ଷେତ୍ରେ ଦେଇଯାଇଛି

    ପ୍ରଭୁଙ୍କ ଉପଚାର।

ବାକି ରହିଲା ପୋଢୁଆଁ ହେବେ

    ପ୍ରଭୁ ଧବଳ ମୁଖ,

ଦୁର୍ଲ୍ଲଭ ରୂପ ଦେଖି ହେ‌ ଭକ୍ତ

    ହଟାଅ ସବୁ ଦୁଃଖ।

ଠାକୁର ନୀତି ଆମ ସଂସ୍କୃତି

    ଓଡ଼ିଆ ପରମ୍ପରା,

ବିଧିବିଧାନ ଭାରି ମହାନ

   ନିଆରା ଭାବଧାରା‌।



Rate this content
Log in

Similar oriya poem from Tragedy