ପଞ୍ଚବଟୀ ବନ ବର୍ଣ୍ଣନ।
ପଞ୍ଚବଟୀ ବନ ବର୍ଣ୍ଣନ।
ପଞ୍ଚ ବଟୀ ଶୋଭା ଦିଶେ ମନ ଲୋଭା
ହୋଇଲେ ସେ ବନେ ପ୍ରବେଶ
ଶ୍ରୀ ରାମ ଲକ୍ଷଣ ଜାନକୀ ଘେନିଣ
କୁଟୀର ନିରୀମାଣି ବାସ । ଆରମ୍ଭ
ରମ୍ୟ କମନୀୟ ସେ ବନେ ।
ଚାରି ଦିଗେ ଚାରୁ ପାଦପେ ସୁଚାରୁ
ଲତା, ଗୁଲ୍ମ , ତୃଣ , ବେଷ୍ଟନେ ।
ଆଚ୍ଛାଦ ଅମ୍ବର ରୁଚିର ଅମ୍ବର
ପରା ଏ ଅବନୀର ଅଙ୍ଗେ ।
ଫଳ ଫୁଲ ସାଜ ଚିତ୍ରିତ ସୁସାଜ
ଚେଳେ ସୂଚୀ କାର୍ଯ୍ୟ କି ! ରଙ୍ଗେ ।
ପ୍ରତୀତ ହେଉ ଅଛି କବି ମନରେ
ବାସ ରେ ଆଛନ୍ନେ ସେ ବନେ ଗଗନେ
ନଦିଶନ୍ତି ସୂର୍ଯ୍ୟ ଦିନରେ ।
ଅସୁର , ଅସୁରୀ ଙ୍କ ବିହାର ସ୍ଥଳୀ
ଅଟଇ ବନ ପଞ୍ଚ ବଟୀ
ନାନା ରୂପ ଭେକ ଧରି ସେ ଅନେକ
ସ୍ଥାନରେ ଭ୍ରମୁ ଥାନ୍ତି ସେଠି । ରାକ୍ଷସେ
ଲଙ୍କା କଟକର ନିବାସୀ
ତହିଁ ରେ ପ୍ରବେଶି ଆସ୍ଥାନ ଜମାଇ
ବିହରନ୍ତି ଯେ ଦିନ ରାତି ।
ବୃକ୍ଷ ତତି ତପୀ ପଙ୍କ୍ତି ଏକା କୃତି
ଗୁଣ, ମାନ , ଯଶ ଧନରେ
ବଳ୍କଳ ପିଧାନ ଜଟା ରେ ଶୋଭନ
ସକଳେ ସମ ସେ ବନରେ । ଶ୍ଵାପଦେ
ବିହରନ୍ତି ନିତି ତୋଷରେ
କଳ ମୁଖରିତ ବିହଙ୍ଗେ ନିରତ
ଉଡି ବୁଲି ରତ ରୁତରେ ।
ତରୁ ବ୍ରତତୀ ରେ ଦୋଳା ଲୀଳା କରେ
ପରଜାପତି ନାନା ମତେ
ନୀଡ ରଚନାରେ ବିହଂଗମେ ଖରେ
ଦଳେ ଦଳେ ସେ ଅନୁ ବ୍ରତେ । ସେ ବନେ
ଉଡ଼ିବୁଲୁ ଥାନ୍ତି ମଧୁରେ
କାଠି କୁଟା ତୃଣ ଥଣ୍ଟ ରେ ଧରିଣ
ଧାବମାନ କୌତୁହଳ ରେ ।
ପଶୁ ପକ୍ଷୀ ମେଳ ସରୀସୃପ ଦଳ
ବରଜି ବଇରତା ଭାବ
ବିଚରନ୍ତି ବନେ ଆନନ୍ଦିତ ମନେ
କ୍ରୋଧ ହିଂସା ହୀନ ସରବ । ବିଲୋକି
ହରଷିତ ତହିଁ ତିନି ହେଁ
କୁଟୀର ନିର୍ମାଣ ବସତି ସ୍ଥାପନ
ଆରମ୍ଭ କରିଲେ ସେ ବନେ ।
