ପଣତ କାନି
ପଣତ କାନି
ପଣତ କାନି ନାମ ଅଟେ କେତେ ମଧୁର
ପଣତ କାନି ଅଟେ ସ୍ନେହର ଝର
ମାଆର ପଣତ କାନି ସନ୍ତାନ ସୁଖ
ପଣତେ କଟଇ ପୁଣି ସଂସାର ଦୁଃଖ
ମାଆ କାନି ଅଟେ ସୁଖ ପସରା
ମାଆ କାନି ପୋଛେ ଲୁହ ଅସରା
ସେଇ କାନି ସାତ ସରଗ ସୁଖ ଦିଏ
ସବୁ ଦୁଃଖ ଘୋଡ଼ାଇ ଖୁସିକୁ ବାଣ୍ଟେ
କାନିରେ ଚାପି ସେ ଦୁଃଖ ଅପାର
ସନ୍ତାନ ସୁଖରେ ମା ହୋଇ ଅଧିର
ନିଦାଘ ଜ୍ୱାଳାକୁ ସହି ପକାଏ
ସନ୍ତାନ ପାଇଁ ସେ ଜୀବନ ଦିଏ
କେତେ ପୂଣ୍ୟ ବଳେ ମାଆକୁ ମିଳେ
ମାଆ କାନି ତଳେ ଆସରା ମିଳେ
ମାଆକାନି ସନ୍ତାନର ହୀରା ମାଣିକ
ମାଆର ପଣତ କାନି ଅଟେ ସନ୍ତାନ ଉଡ଼ନ୍ତା ପଙ୍ଖ
ଚିର ମଳୟ ତା କାନିରେ ବହେ
କେତେ କଷଣ ସେ ନିତି ସହେ
ସନ୍ତାନ ଦୁଃଖରେ ଦୁଃଖୀ ସେ ହୁଏ
ଶରୀରେ ଅସୁସ୍ଥେ ଲୁହ ଗଡାଏ
ଦଶ ମାସ ଗର୍ଭ ସହିଛି ଯିଏ
ଆଉ କେଉଁ କଷ୍ଟ ତା ପାଇଁ ବଡ ଜାଣେନା ସିଏ
ମାଆର ଚାହାଣି ସ୍ନେହ ଶିକୁଳି
ସନ୍ତାନ ବୁଝେନା ମାୟାରେ ପଡି
ବକ୍ଷ ରେ ଜାବୁଡି ଦୁଃଖ ଅପାର
ସତେ ଅଟେ ସେ କି ପାରାବାର
ଘର ପୁରି ଥାଏ ମା ହସରେ
ଦୁଆର ମୁହଁ ରେ ଯେବେ ମା' ପଣତେ ଆବୋରି ଥାଏରେ
ଘର ପୁଣି ଯେବେ ନିଶୁନ ଲାଗେ
ମାଆର ଅନୁପସ୍ଥିତି ଭାରି ତ ବାଧେ
ସବୁ ଅଳିଅର୍ଦ୍ଧଳି ମା କାନି ପାଖରେ
ମାଆର ପଣତ ଢାଙ୍କି କେତେ ସୁଖ ମିଳେରେ
ସୁନା ରୁପା ହୀରା ମୋତି ମାଣିକ
ମା'ର ପଣତ ଆଗେ ସବୁତ ତୁଚ୍ଛ
ଏଇ ସମାଜକୁ ଏଇ ବାରତା
ମାଆ ଆଶୀର୍ବାଦ ମାଆର ପଣତ ତଳେ ମଥା ପାତିଥା l
