STORYMIRROR

Sarojini Jena

Inspirational

3  

Sarojini Jena

Inspirational

ପଣତ କାନି

ପଣତ କାନି

1 min
124

ପଣତ କାନି ନାମ ଅଟେ କେତେ ମଧୁର

ପଣତ କାନି ଅଟେ ସ୍ନେହର ଝର


ମାଆର ପଣତ କାନି ସନ୍ତାନ ସୁଖ

ପଣତେ କଟଇ ପୁଣି ସଂସାର ଦୁଃଖ


ମାଆ କାନି ଅଟେ ସୁଖ ପସରା

ମାଆ କାନି ପୋଛେ ଲୁହ ଅସରା


ସେଇ କାନି ସାତ ସରଗ ସୁଖ ଦିଏ

ସବୁ ଦୁଃଖ ଘୋଡ଼ାଇ ଖୁସିକୁ ବାଣ୍ଟେ


କାନିରେ ଚାପି ସେ ଦୁଃଖ ଅପାର

ସନ୍ତାନ ସୁଖରେ ମା ହୋଇ ଅଧିର


ନିଦାଘ ଜ୍ୱାଳାକୁ ସହି ପକାଏ

ସନ୍ତାନ ପାଇଁ ସେ ଜୀବନ ଦିଏ


କେତେ ପୂଣ୍ୟ ବଳେ ମାଆକୁ ମିଳେ

ମାଆ କାନି ତଳେ ଆସରା ମିଳେ


ମାଆକାନି ସନ୍ତାନର ହୀରା ମାଣିକ

ମାଆର ପଣତ କାନି ଅଟେ ସନ୍ତାନ ଉଡ଼ନ୍ତା ପଙ୍ଖ


ଚିର ମଳୟ ତା କାନିରେ ବହେ

କେତେ କଷଣ ସେ ନିତି ସହେ 


ସନ୍ତାନ ଦୁଃଖରେ ଦୁଃଖୀ ସେ ହୁଏ

ଶରୀରେ ଅସୁସ୍ଥେ ଲୁହ ଗଡାଏ


ଦଶ ମାସ ଗର୍ଭ ସହିଛି ଯିଏ

ଆଉ କେଉଁ କଷ୍ଟ ତା ପାଇଁ ବଡ ଜାଣେନା ସିଏ


ମାଆର ଚାହାଣି ସ୍ନେହ ଶିକୁଳି

ସନ୍ତାନ ବୁଝେନା ମାୟାରେ ପଡି


ବକ୍ଷ ରେ ଜାବୁଡି ଦୁଃଖ ଅପାର

ସତେ ଅଟେ ସେ କି ପାରାବାର


ଘର ପୁରି ଥାଏ ମା ହସରେ

ଦୁଆର ମୁହଁ ରେ ଯେବେ ମା' ପଣତେ ଆବୋରି ଥାଏରେ


ଘର ପୁଣି ଯେବେ ନିଶୁନ ଲାଗେ

ମାଆର ଅନୁପସ୍ଥିତି ଭାରି ତ ବାଧେ


ସବୁ ଅଳିଅର୍ଦ୍ଧଳି ମା କାନି ପାଖରେ

ମାଆର ପଣତ ଢାଙ୍କି କେତେ ସୁଖ ମିଳେରେ


ସୁନା ରୁପା ହୀରା ମୋତି ମାଣିକ

ମା'ର ପଣତ ଆଗେ ସବୁତ ତୁଚ୍ଛ


ଏଇ ସମାଜକୁ ଏଇ ବାରତା

ମାଆ ଆଶୀର୍ବାଦ ମାଆର ପଣତ ତଳେ ମଥା ପାତିଥା l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational