ପଲ୍ଲୀଗୀତି କବିତା-୯୨
ପଲ୍ଲୀଗୀତି କବିତା-୯୨
ତୋତେ କିଏ କଲା ଏତେ ସରି,
ଲୋ ସୁକୁମାରୀ, କିଏ କଲା ଏତେ ସରି ?
କେଇଦିନ ତଳେ ଥିଲୁ ତୁ ସୁନ୍ଦରୀ,
ତୋତେ ଦେଖି କେତେ ହେଉଥିଲେ ଝୁରି |
କହୁଥିଲେ କେତେ ପ୍ରେମକରି ଥରେ ଯାଆନ୍ତି ତୋ କୋଳେ ମରି |
ଲୋ ସୁକୁମାରୀ | (ଘୋଷା)
କେଉଁ ଚୋର ତୋର ମନ କଲା ଚୋରୀ ?
ନେଇଗଲା ତୋର ସୁନାହାତ ଧରି |
ଚାରି ବରଷରେ ଚାରିଟି ସନ୍ତାନ -
ଆସିଛୁ ସାଥିରେ ଧରି |
ଲୋ ସୁକୁମାରୀ, କିଏ କଲା ଏତେ ସରି |(1)
ପୁଳାଏ ମାଉଁସ ନାହିଁ ତୋ ଗାଲରେ,
ଆଖି ଲୁଚିଲାଣି କୋରଡ଼ ଖାଲରେ |
ତୋର ଏହି ରୂପ ଦେଖି ମୁଁ ଭାବୁଛି ଜୀବନ ଦିଅନ୍ତି ହାରି |
ଲୋ ସୁକୁମାରୀ, କିଏ କଲା ଏତେ ସରି ? (2)