STORYMIRROR

Alhadini Panigrahi dash

Abstract

2  

Alhadini Panigrahi dash

Abstract

ପଳାଶ ର ବାସ୍ନା

ପଳାଶ ର ବାସ୍ନା

1 min
394

ପ୍ରାଂଶୁ ପାଦପେ ପ୍ରବାଳ ପ୍ରସୂନ

ପରଶିଛି କି ପ୍ରକ୍ରୁତି

ପ୍ରମଦା ପ୍ରାୟେକ ପ୍ରସାଧିତା ହୋଇ

ପ୍ରସାରିଛି ପିନ୍ଧା ଶାଢି


ପ୍ରଭାତୀ କି ସତେ ନବ ବଧୂ ସାଜି

ଲାଜେ ଲାଜେ ନାଲି ରଙ୍ଗ

ପ୍ରାୟେକ ଦିଶୁଛି କିଂଶୁକ ର ବନ

ପ୍ରଭାକର ପ୍ରଭା ସଙ୍ଗ


ବସନ୍ତ ସାମ୍ରାଞୀ କପାଳ ରେ ଅବା

ଝଟକେ ସିନ୍ଦୂର ବିନ୍ଦୁ

ପଳାଶ ର ଶୋଭା କି ଉପମା ଦେବା

ସେ ତ ସୌନ୍ଦର୍ଯ୍ୟ ସିନ୍ଧୁ


ମଳୟ ପରଶେ ଶିହରଣ ତୋଳି

ସେ ଯେବେ ଖେଳଇ ଦୋଳି

ରିମ୍ ଝିମ୍ ତାର କୁହୁକ ଶବଦ

ଯେହ୍ନେ ରତି ଙ୍କ ଶିଞନୀ ଧ୍ବନୀ


ପଳାଶ ଫୁଲ କୁ ଖୋଜାହୁଏ ଆଗ

ଚଇତ୍ର ମଙ୍ଗଳ ବାରେ

ମାଆ ଙ୍କ ଶିର ରେ ଶୋଭା ପାଏ ଯିଏ

ସିଏ କି ଅଲୋଡା ହୁଏ


ପ୍ରବଜ୍ୟା କି ପୁଣି ଗୈରିକ ବସନେ

ପ୍ରଚ୍ଛାଦିତ କରି ଅଙ୍ଗ

ଦୈହିକ ବାସନା ଉର୍ଦ୍ଧ୍ଵ ରେ ରହେ

ସ୍ବୟଂ ଯେହ୍ନେ ପ୍ରମଥେଶ


ପ୍ରଶାନ୍ତ, ଉଜ୍ଜ୍ଵଳ ଦୀପ୍ତ ମୁଖ ଶୋଭା

ହରଇ ଦର୍ଶନ ମନ

ସ୍ତବ୍ଧ ପଥିକ ମୁଗ୍ଧ ପ୍ରେକ୍ଷଣେ

ଶୋଭା କରଇ ପ୍ରେକ୍ଷଣ


କିଏ କହେ ବନ୍ଧୁ ବାସ୍ନା ନାହିଁ ତାର

ତା ସୌନ୍ଦର୍ଯ୍ୟ ବାସ୍ନା ଭରା

ମମତା ର ମଧୂ ବାସ୍ନା ରେ ଭିଜା

ତାହାର ପ୍ରତି ପାଖୁଡା


ମନୁଷ୍ୟ ଜାତି ର ଆରୋଗ୍ୟ ମନାସୀ

କରେ ତାର ଅଙ୍ଗ ଦାନ

ଜଗତ କଲ୍ୟାଣ କରିବା ସକାଶେ

ଧନ୍ୟ ତାର ବଳିଦାନ


ଘ୍ରାଣେନ୍ଦ୍ରିୟ ସିନା ବାରି ପାରେ ନାହିଁ

ତା ହ୍ରୁଦ ମଧୂର ବାସ୍ନା

ମନ କିନ୍ତୁ ବାରେ ହ୍ରୁଦୟ ର ବାସ୍ନା

ବାହ୍ୟ ଆଡମ୍ବର ତୁଚ୍ଛ ସିନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract