STORYMIRROR

Abhisek Mohapatra

Abstract

2  

Abhisek Mohapatra

Abstract

ପଳାଶ ଫୁଲ

ପଳାଶ ଫୁଲ

1 min
543

ଜୀବନ ରାସ୍ତାରେ ଚାଲିଲା ବେଳେ -

ମନ ବାରମ୍ବାର ଭ୍ରମେ ପଳାଶ ଫୁଲ ର ମୋହରେ

ସେ ଫୁଲର ରଙ୍ଗ,ରୂପ,ଆଘ୍ରାଣେ -

ମନ ଖୁବ୍ ପ୍ରଫୁଲ୍ଲିତ ହେବ ବୋଲି ଆତ୍ମଘୋଷିତ କରେ


ମନ ଭାବେ ଲକ୍ଷ ସବୁ ଚାଲିଥାଆନ୍ତି କକ୍ଷପଥେ ,

ଜୀବନଟା ଚାଲିଥାଏ ଏକ ସୁଦୀର୍ଘ ସୁନ୍ଦର ପଥରେ


ସେ ପଳାଶ ଫୁଲ ର ମୋହରେ ସେ ଭୁଲେ -

ଆପଣାର ରିପୂ ,ଲକ୍ଷ ପଥ ,

ଜାଣେନା ସେ ଖାଲି ସେଇ ରୂପର ମାଦକତାରେ ହେଇ ସାରିଛି କକ୍ଷଚ୍ୟୁତ


ସେ ଫୁଲର ରଙ୍ଗ,ରୂପ ଖୁବ୍ ମନଲୋଭା ସତେ

ଦୂରେ ଥାଇ ଲାଗେ ଯାହା ଅପରୂପ

ଯଦି ମୋହଗ୍ରସ୍ତେ ତାକୁ ତୋଳାଯାଏ

ପଶ୍ଚାତ୍ ଜଣାଯାଏ ସେ ପୁଷ୍ପ ଗନ୍ଧହୀନ ଥାଏ


ସେ ଦେହର ରୂପ,ଗନ୍ଧ,ଶୋଭା ସବୁ ପୁଳାଏ ମୋହ ଥାଏ


ସେତେବେଳେ ଗୋଟେ ଶକ୍ତ ଧକ୍କା ଲାଗେ

ଆଉ ଜଣାଯାଏ ମୁଁ ମରୀଚିକା ପଛେ ପଛେ ଧାଇଁ

ସବୁକିଛିକୁ ହରାଇ ସାରିଥାଏ


ସମୟ ମୋତେ ଦେଖି ହସେ

ଯେମିତି ସମୟ ଜାଣିଯାଇଥାଏ ଯେ ,

ମୁଁ ମରୀଚିକା ପଛେ ଧାଇଁ ଧାଇଁ ସବୁକିଛି ହରାଇ ସାରିଥାଏ


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract