STORYMIRROR

Hemanta Patra

Abstract

3  

Hemanta Patra

Abstract

ପଳାସ ଫୁଲ

ପଳାସ ଫୁଲ

1 min
466

ଚୈତି ସକାଳେ ଭାଙ୍ଗଇ ଅଳଶ

ପଳାସ ରାଣୀ

ବୈଶାଖୀ ସନ୍ଧ୍ୟାରେ

ଭିଜାଏ ମାଟି

ଉଡାଇ ନାଲିି ଓଢଣୀ।

ନିଦାଘର ଜ୍ୱାଳାରେ

ପ୍ରକୃତିକୁୁ ଦିଏ ସଜାଇ

ଲାଲ ଟୁକୁଟୁକୁ

ସାଧବ ବୋହୁୁଟିିିଏ ପରି।

ଫଗୁଣ ମାସର

ଉଦ ଉଦିଆ ଖରାବେଳେ

ପଳାସ ଫୁୁଲ

ଦିଶେ ଭାରିି ମନୋହର

ସତେକି ସଧବା ବୋହୁର

ସିମନ୍ତେ ସିନ୍ଦୂର।

ରୂପ ରଙ୍ଗର ଶୋଭା

ଦିଶେ ଭାରି ମନଲୋଭା

ଜନମନ ନିିିଏ ହରି।

କେତେବେଳେ ତୁ

ଭାବୁକର ଭାବନାରେ

କେତେବେଳେ

ତୁ କବିର କଲମରୁ

ପଡଇ ଝରି।

ଚୈତ୍ରମାସ ରେ

ସବୁ ବୃକ୍ଷ ରାଜିି ଦେଲେ ପତ୍ର ଝଡା

ତୋ ଆକର୍ଷଣୀୟ

ରୂପ ରଙ୍ଗର ପଶରା

ଆଗନ୍ତୁକର ମନ ନିିଏ ହରି।

ତୋ ଡାଳେ ବିହଙ୍ଗ

କରି ଆନନ୍ଦ ଭୋଜନ

ଗାଇ ଚାଲନ୍ତି

ମନ ମତାଣିଆ ସଂଗୀତ।

ସମସ୍ତେ କହନ୍ତି

ତୋ ଜିଇଁବାରେ କିି ଲାଭ

ବାସ ନାହିଁ ବୋଲି

ଭ୍ରମର କରେନି ଆଦର।

ଲାଗି ନଥାଉ

ତୁ ପ୍ରଭୁଙ୍କ ପୟରେ

ତଥାପି ତୋ ମନେ

ନଥାଏ ଦୁୁଃଖ

କାହିଁକି ନା ତୋ ସର୍ବାଙ୍ଗ

ଅଟଇ ମହୋଷଧି

କହିିଥାଏ ଆୟୂୁୁର୍ବେଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract