Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Romance Tragedy Action

3  

Kabiratna Nutan Kumar Behera

Romance Tragedy Action

ପ୍ଲାଟଫର୍ମ ନମ୍ବର-ଏକ

ପ୍ଲାଟଫର୍ମ ନମ୍ବର-ଏକ

1 min
140



ଆଜି ବି ହୁଏନା ଭୁଲି ସେଦିନ ସେ ସ୍ମୃତି

ଟ୍ରେନ ଆସିବାର ସମୟ ହେଲେ

ମନେ ପଡ଼ିଯାଏ ପ୍ଲାଟଫର୍ମ ନମ୍ବର-ଏକ

ଯେଉଁଠି ତୁମ ସହିତ ହୋଇଥିଲା

ମୋର ପ୍ରଥମ ଥର ପାଇଁ ପହିଲି ଦେଖା

ତୁମେ ବସିଥିଲ ସେମିତି ଏକା ଏକା

ଇତସ୍ତତଃ ଚାହୁଁଥିଲ ଏଣେତେଣେ

ପାଖରେ ନଥିଲା ତୁମର ସାମାନ୍ କିଛି

ମୁହଁ ତୁମର ଦିଶୁଥିଲା ନିଦାଘ ଖରାରେ

ଝାଉଁଳି ପଡ଼ିଥିବା ଫୁଟା ଫୁଲଟି ପରି

ଗୋରା ତକ ତକ ତୁମ ରୂପ ଥିଲା ମଳିନ

ଯଦିଓ ତୁମେ ଥିଲ ସୁନ୍ଦରୀ ଝିଅଟେ

ମନରେ ଥିଲା ତୁମର ବହୁତ ଅଶାନ୍ତି 

ଲକ୍ଷ୍ୟ ହଜାଇ ଆସିଥିଲ କି କ'ଣ 

ଖୋଜୁଥିଲ ନୂଆ କିଛି ବାଟ ଜିଇଁବାକୁ

ମୁଁ ତୁମ ପାଖରେ ଥିଲି ସଂପୂର୍ଣ୍ଣ ଅଚିହ୍ନା

ତଥାପି ମୋ ଆଡ଼କୁ ଚାହିଁଥିଲ ଅପଲକେ 

କେମିତି ଏକ ଆପଣାର ଭାବ ନେଇ 

ଭରସାର କିଛି ଆଶା ରଖି ମୋ ଉପରେ 

ତୁମକୁ ବୁଝି ପଚାରି ମାଗିଥିଲି ପରିଚୟ

ଆଖିର ଲୁହରେ ଦେଇଥିଲ ଉତ୍ତର

ଜାଣିଲି ଜୀବନରେ ପାଇଛ ଶକ୍ତ ଧକ୍କା

ମୁଁ ସେ ଟ୍ରେନ ଛାଡି ରହିଗଲି ଅଟକି

ସବୁ ଯାତ୍ରୀ ଚାଲିଗଲା ପରେ ସେଠାରୁ

ଆମେ ଥିଲୁ ସେ ପ୍ଲାଟଫର୍ମ ନମ୍ବର-ଏକରେ

ସବୁ କହିଲ ମୋତେ ତୁମର ଦୁଃଖ ଯେତେ

ଅସହାୟା ହୋଇ ଯାଇଥିଲ ଦୁନିଆଁରେ

ବାପା ମାଆ ଭାଇଙ୍କୁ ହରାଇ ଦୁର୍ଘଟଣାରେ

ଲଲୁପ ଆଖିର ଇସାରାରେ କ୍ଷତବିକ୍ଷତ

ହେଉଥିଲା ତୁମର ଆଶା ଆକାଂକ୍ଷା ସବୁ

ନୂଆ କରି ବଞ୍ଚିବାର କ୍ଷିଣ ଆଶାଟିଏ

ତୁମ ମନ ଭିତରେ ଜଳୁଥିଲା ମିଞ୍ଜି ମିଞ୍ଜି

ତେଲ ସରି ଆସୁଥିବା ଦୀପଶିଖାଟି ପରି

ତୁମେ ମୋ ପ୍ରେମର ତୈଳ ଟିକିଏ ପାଇ 

ପୁଣି ଜଳି ଉଠିଲ ଉଜ୍ଜ୍ୱଳ ଆଲୋକ ଦେଇ

ହାତ ଧରି ମୋର ହେଲ ଜୀବନ ସାଥୀ 

ଜୀବନ ଆମର ହେଲା ସୁନ୍ଦର ମଧୁମୟ

ଯିବା ଆସିବା ବାଟରେ ମନେ ପଡ଼େ

ଷ୍ଟେସନର ଏଇ ପ୍ଲାଟଫର୍ମ ନମ୍ବର-ଏକ

ଯା' ପାଇଁ ଆମର ହୋଇଛି ଅପୂର୍ବ ମିଳନ।

  


Rate this content
Log in

Similar oriya poem from Romance