STORYMIRROR

Dr.Sarbeswar Sena

Romance

3  

Dr.Sarbeswar Sena

Romance

ଚଇତି ବାଆ

ଚଇତି ବାଆ

1 min
180

ଥିରିଥିରି ଵହେ ଚଇତି ଵାଆ ଶିରି ଶିରି ମଲ୍ଲୀ ମହକ,

ଚଇତି ରାତିର ଜୋଛନା ମଖା ତମ ମରମୀ ଆଖିର ସରମୀ ମାଦକ।


ଦିନ ସରିଯାଏ ରାତି ଗଡି ଯାଏ ଛନକା ଦିଏ ଶେଷ ଯାମିନୀର ସ୍ମୃତି,

ସ୍ମୃତି ନୁହେଁ ସେତ କାଳବଇଶାଖୀ ଭିଜା ଵରଷାର ଅକୁହା ଭୀତି।

ତମେ ବରଷା ରାତିରେ ଉଷୁମ ତାତିରେ ଖୋଜୁଥିଲ ନୀଳ ଜହ୍ନ,

ସୁନା ସରଗରେ ରୂପେଲୀ ଚାନ୍ଦ ସେ ତମେ ପରା ହୃଦ ଆକାଶରେ ଅଲିଭା ଚିହ୍ନ।


ଦୂରେ ଵହୁଦୂରେ ସରଗ ସେପାରେ ସଞୁଆ ତାରାର ରୋଷଣୀ,

ଗହମ କ୍ଷେତରେ ସଜ ଜୋଛନାର ନସମା ଲହରୀ ପରାଣ ନିଏ କିଣି।

ନହୁଲି ରାତିର ମିଠାମିଠା ସପନ ଚୋରେଇ ନିଏ ଛଳିଆ ପଵନ,

ପରୀ ରାଇଜ କୁହୁକ କିମିଆ ତମେ ଗହନ ଵନ ସପନ।

ତମ ଦେହେ ଵୋଳା ରଙ୍ଗର ରୋଷନି ତମେ ତ ରଙ୍ଗବତୀ,

ଯୋଗୀ ପୁଅ ଗାଏ ସୁରିଲା ଗଜଲ ତମେ ମନ ମନ୍ଦିରରେ ପ୍ରୀତିର ଆଳତି।

କେତେ ଯତନରେ ସଜେଇ ଦେଲ ସପନ କୁଡିଆ ନିତି ସଜ ସୁପାତି,

ହେମ ହରିଣୀ ପାଇଁ ଅଳିକଲ ମାନିଲନି ମନା ଵିଭୋର କଲା ମଉସୁମୀ ତାତି।

ତମେ କେତକୀ ବନର ମହୁଲି ମହକ ନୂପୁରର

ରୁଣୁଝୁଣୁ ମଧୁ ଝଙ୍କାର,

ହେମ ହରିଣୀ ସାତ ସପନ ତମେ ନିଶୂନ ରାତିର ଓଁକାର।

ରଙ୍ଗ ଚଇତାଳି ଚୁପି ଚୁପି କାନେ କହେ ସୁନାହରିଣୀ ସେ ପରା ରଙ୍ଗଵତୀ !

କେଵେ ସେ ଅଶିଣ, କେଵେ ମଗୁଶିର ଝରା ଶେଫାଳିର ଅଲିଭା ପୀରତି।


Rate this content
Log in

Similar oriya poem from Romance