STORYMIRROR

Dr.Sarbeswar Sena

Tragedy

4  

Dr.Sarbeswar Sena

Tragedy

ରସବତୀ ରଙ୍ଗବତୀ

ରସବତୀ ରଙ୍ଗବତୀ

1 min
151

ମହକା ଫଗୁଣ ଚୁପିଚୁପି ଆସି କାନେ କାନେ କିମନ୍ତର ଫୁଙ୍କି ଦେଇଗଲ?

ହଜି ହଜେଇଲ ନସମା ମନକୁ ବାରେ ଫେରି ନଚାହିଲ।


ପଳାସ ଓଠରେ ବସନ୍ତର ଛୁଆଁ ସରମେ ମରମି କଥା,

ତମ ଲାଜୁଆ ହସରେ ଭିଜା ଋତୁମତୀର ଦରଦି ଵଥା।


ମାଛି ଅନ୍ଧାରିଆ ଦୂର ତୋଟାମାଳେ ମଉଳା ତାରାର ତରାସ,

ତମ ରଙ୍ଗ ପଣତରେ ମହମହ ମହକା ନିଶିଗନ୍ଧାର ଆତୁର ରୋଷ।


ଗାଁ ନଈ ଧାରେ ଫୁଲେଇ ଫଗୁଣ ମଳୟ ପରସା ସରସା ନିଶା,

ତମ ସାପୁଆ ବେଣୀରେ ରଜନୀ ଗନ୍ଧାର ପୀରତି ଚହଲା ଆଶା।


ଧୋବ ଫର ଫର ଚାନ୍ଦିନୀ ରାତିରେ ମତୁଆଲା ବାଆ ଆନମନା,

ତମେ ଦୂରେ ବହୁ ଦୂରେ ତଥାପି ପରାଣ ପିଆସୀ ଏ ମନ ମାନେନା ମନା।


ବାହୁଡ଼ା ଫଗୁଣ ଆଡ଼ ଋଷା ଦେଇ ଲେଉଟିଵ ଆର ଗାଁ ବାଟ ଦେଇ,

ତୁଠ ପଥରକୁ ପଚାରିଵ ସେତ ସେ ଗାଁ ଛଇଳୀ ରଙ୍ଗବତୀ ଗଲା କାହିଁ ?


ଫଗୁଣ ଫେରିଵ ଆରସନ ମହକିଵ ଆମ୍ବ ବଉଳ,କୋଇଲି ଗାଇଵ କୁହୁ,

ତମ ନିଶୁନ କୋଠରିରେ ହଜିଲା ଦିନର ସ୍ମୃତି ଚହଟିବ ମୁର୍ହୁମୁହୁ ।


କଉଁ କଟକରେ ଅଟକ ରହିଲ ଠିକଣା ତ ଦେଲ ହଜେଇ,

ତଥାପି ଏ ପରାଣେ ପଗୁଣ ରାତିର ସଜ ମଲ୍ଲି ଶେଜ ରଖିଚି ସଜେଇ।


ଅସଜଡା ଜୀଵନେ ମଉଳା ସପନ ସାତସପନର ରାତି,

ଯୋଗୀର କେନ୍ଦରା ଗୁମୁରି ବାହୁନେ ତମେ କି ଅଜଣା ରସବତୀ  ରଙ୍ଗବତୀ ?


Rate this content
Log in

Similar oriya poem from Tragedy