STORYMIRROR

Dr.Sarbeswar Sena

Tragedy

3  

Dr.Sarbeswar Sena

Tragedy

ନଈ ସେପାରିରେ ମୋ ପ୍ରିୟା

ନଈ ସେପାରିରେ ମୋ ପ୍ରିୟା

1 min
171

ମୋ ପ୍ରିୟା ଆସିବ ମେଘ ସବାରୀରେ ଚଗଲି ଆଷାଢ଼ ଦେଲା ଆଡ଼ରୁଷା,

 ଅମାନିଆ ଢେଉ ଲିଭେଇ ଦେଲା ତା ପାଦର ଅଳତା ସାକ୍ଷୀ ସେ ପଉଷ ଉଷା।

ଦରିଆ କୂଳରେ ସ୍ମୃତି ସାଉଁଟିଲି ଦରିଆ ରଜା କହିଲା ନାଁ ରେ ନାଁ,

ଗରଭେ ମୋର ସାଇତା ଶାମୁକା ମୁକୁତା ଖୋଜିଵୁ ଆରେ ଆ।

ଅତି ଯତନରେ ଅଣ୍ଟି ସଜେଇଲି ଅପୂରା ରହିଲା ଫାଟି ଯାଉଥିଲା ଛାତି,

ସନ ସନ ଵାଆ ଉତ୍ତାଳ ଲହରୀ ଘନଘୋର ଗରଜନ ନିଶୂନ ରାତି।

ଦରିଆ ରାଣୀକି ମାଗିଲି ସୁନା ଇଲିସି ମରୁକି ହସୁ ଥିଲା ଆକାଶେ ଶଶି,

ନୀଳକଇଁ ନୟନା ମାନମୟୀ ସେତ ତୋ ଵାଟ ଚାହିଁଚି ସେ ପରା ସୁନା ଇଲିସି!

ଧୁଧୁ ସଞ୍ଜ ଚୋରା ଚଇତି ରାତି ଉଡେଇ ନଵ ମୋ ପ୍ରିୟା ପଣତ ମଳୟ ବାଆ!

କେଡ଼େ ଯତନରେ ସଜାଡି ଥିଲା ତା ପିନ୍ଧା ପଣତ କାନି ମନୁଆ ଵାଆଟା ଏଡେ ଅମାନିଆ?

ହିଆ ବିଦାରିଲା ଚହଲା ସପନ ଆଉ ନାହିଁ ରାତି ପାଉନି କୂଳ ହୋସ ଯାଉଚି ଉଡି,

ଘାଟିଆ ଭାଇକି ପଚାରି ଦେଲି ମୋ ରଙ୍ଗବତୀ କଥା ଗଣି ଦେଲି ଦି' କଉଡି।

ଭରା ନଈ ଛାତି ନାଆ ଟଳମଳ ନାଉରି ଓଠରେ ମରୁକି ହସ,

ପାରିକୁଦଗଡ଼ ରଙ୍ଗବତୀକୁ ପାରି କରି ଦେଲି ଆଉ ପଚାରୁଛ କିସ?

ମେଘ ହସୁଥିଲା ଦୂର ରାଇଜରେ ଝରଝର ଝରି ବରଷା ଉପରେ ରୋଷ,

ରଙ୍ଗ ଚାଲିଗଲା ହାଟ ସାରି ଦେଲା ଧାରା ଶିରାଵଣେ କାହିଁ କି ଏ ଅଵୁଝା ଶୋଷ?


 



Rate this content
Log in

Similar oriya poem from Tragedy